ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ କେବିଏନ ଗ୍ରୁପ ଆତଙ୍କରାଜ ମାମଲା, ଭାଇରାଲ୍ ଭିଡିଓରେ ବ୍ୟବହୃତ ମାରଣାସ୍ତ୍ର ସହ ଗାଡ଼ି ଜବତ

ଭୁବନେଶ୍ୱର: ରାଜଧାନୀରେ ଭିଡିଓ ଭାଇରାଲ୍ କରି ଆତଙ୍କ ସୃଷ୍ଟି କରିଥିବା କେବିଏନ୍ ଗ୍ରୁପର ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କମିଶନରେଟ୍ ପୁଲିସ । ଜବତ ହେଉଛି ଭାଇରାଲ୍ ଭିଡିଓରେ ବ୍ୟବହୃତ ମାରଣାସ୍ତ୍ର ସହ ଗାଡ଼ି । ନୟାପଲ୍ଲୀ ଥାନା ପୋଲିସ ମାରଣାସ୍ତ୍ର ସହ ଖେଳନା ବନ୍ଧୁକ ଜବତ କରିଛି । ପୂର୍ବରୁ ଗୋଟିଏ ଅସଲି ବନ୍ଧୁକ ମଧ୍ୟ ଜବତ ହୋଇଥିଲା ।

ଭିଡିଓ ଭାଇରାଲ୍ କରି ଆତଙ୍କ ସୃଷ୍ଟି କରିଥିବା କେବିଏନ୍ ଗ୍ରୁପର ୫ ଅଭିଯୁକ୍ତଙ୍କୁ ଶନିବାର ଦୁଇ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୁଲିସ । ଭିଡିଓରେ ଅଭିଯୁକ୍ତ ବ୍ୟବହାର କରିଥିବା ଗାଡ଼ିକୁ ମଧ୍ୟ କମିଶନରେଟ ପୁଲିସ ଜବତ କରିଛି । ଫେରାର୍ ଥିବା କେବିଏନ୍ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । କେବିଏନ୍ ଗ୍ୟାଙ୍ଗର ଭିଡିଓ ଭାଇରାଲ ହେବା ପରେ ମୋଟ ୨୯ ଜଣକ ନାଁରେ ମାମଲା ରୁଜୁ କରିଛି ପୁଲିସ ।

Leave A Reply

Your email address will not be published.