ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାର୍ ପାର୍କିଂକୁ ନେଇ ପଡୋଶୀଙ୍କୁ ମାଡ ମାରିବା ଅଭିଯୋଗରେ ଅଭିନେତା ବବି ମିଶ୍ରଙ୍କୁ ନୋଟିସ୍ ଦେଇ ଛାଡିଲା ପୁଲିସ

ଭୁବନେଶ୍ବର : କାର୍ ପାର୍କିଂକୁ ନେଇ ପଡୋଶୀଙ୍କୁ ମାଡ ମାରିବା ଓ ଗାଳି ଗୁଲଜ କରିବା ଅଭିଯୋଗରେ ଅଭିନେତା ବବି ମିଶ୍ରଙ୍କୁ ନୋଟିସ ଦେଇ ଛାଡିଲା ନୟାପଲ୍ଲୀ ଥାନା ପୁଲିସ। ପଡୋଶୀଙ୍କ ଅଭିଯାଗ କ୍ରମେ ଆଜି ନୟାପଲ୍ଲୀ ଥାନା ପୁଲିସ ଉଭୟଙ୍କୁ ଡାକି ପଚରାଉଚୁରା କରିଥିଲା। ଦୀର୍ଘ ସମୟ ପଚରା ଉଚୁରା ପରେ ଶନିବାର ସନ୍ଧ୍ୟାରେ କମିଶନରେଟ୍ ପୁଲିସ ବବିଙ୍କୁ ୪୧ ସିଆରିପିରେ  ନୋଟିସ୍ ଦେଇ ଛାଡିଛି। ହେଲେ ନିଜର ଆଚରଣ ବଦଳାଇବାକୁ ଚେତାବନୀ ଦେଇଛି ପୁଲିସ। ଏମିତି ଘଟଣା ପୁନର୍ବାର ଦୋହରାଇଲେ ଆକ୍ସନ ନିଆଯିବ ବୋଲି ଅଭିନେତା ବବିଙ୍କୁ ରୋକ୍ ଠୋକ୍ ଜଣାଇ ଦେଇଛନ୍ତି କମିଶନରେଟ୍ ପୁଲିସ।

ସୂଚନା ଅନୁସାରେ, ଗତକାଲି ଗାଡ଼ି ପାର୍କିଂକୁ ନେଇ ବବି ମିଶ୍ରଙ୍କ ସହ ପଡୋଶୀ ତପି ମିଶ୍ରଙ୍କର ଝଗଡ଼ା ହୋଇଥିଲା। ଏହାପରେ ବବି, ତପିଙ୍କୁ ବାଡ଼େଇଥିବା ସହ ଗାଳି ଗୁଲଜ ମଧ୍ୟ କରିଥିଲେ। ଏତିକିରେ ଅଟକି ନଥିଲେ ବବି ଏପରିକି କିଛି ଗ୍ୟାଙ୍ଗଷ୍ଟରଙ୍କ ନାଁ ନେଇ ତପି ମିଶ୍ରଙ୍କୁ ଧମକ ମଧ୍ୟ ଦେଇଥିଲେ। ପିଙ୍କୁ ମାରି ତାଙ୍କ ପତ୍ନୀଙ୍କୁ ବାହା ହେବା ନେଇ ବବି କହିଥିବା ତପି ଅଭିଯୋଗ ଆଣିଛନ୍ତି। ତପିଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ଆଜି ବବିଙ୍କୁ ଥାନାକୁ ଡକାଇଥିଲେ। ତପି ମଧ୍ୟ ଥାନାରେ ଉପସ୍ଥିତ ଥିଲେ। ଉଭୟଙ୍କୁ ଆଜି ନୟାପଲ୍ଲୀ ଥାନାକୁ ଡକାଯାଇ ପଚରାଉଚୁରା କରାଯାଉଥିଲା। ପଚରା ଉଚୁରା ପରେ ବବିଙ୍କୁ ପୁଲିସ ନୋଟିସ୍ ଦେବା ସହ ଚେତାବନୀ ଦେଇ ଛାଡିଛି। ଏମିତି ଝାମେଲା ଯେମିତି ପୁନର୍ବାର ନଘଟେ ସତର୍କ କରାଇଛି ପୁଲିସ।

 

Leave A Reply

Your email address will not be published.