ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଶା ବେପାରୀଙ୍କ ଘରେ ପୋଲିସର ଚଢ଼ାଉ

ଖୋର୍ଦ୍ଧା: ନିଶା ବେପାରୀଙ୍କ ଘରେ ପୋଲିସର ଚଢ଼ାଉ । ରାଜ୍ୟ ସରକାରଙ୍କ ଗୁଣ୍ଡା ଦମନ ଅଭିଯାନ ଜାରି । ତତ୍ପର ଖୋର୍ଦ୍ଧା ପୋଲିସ । ଖୋର୍ଦ୍ଧା ସମନ୍ତରାପୁର ଅଞ୍ଚଳରେ ଥିବା ନିଶା ବେପାରୀ ସୋମନାଥ ଭୁଜବଳଙ୍କ ଘରେ ଗତକାଲିଠୁ ଚାଲିଛି ପୋଲିସର ରେଡ୍ । ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ହେଲା ଚଢ଼ାଉ ଚାଲିଛି । ସୋମନାଥ ଭୁଜବଳଙ୍କ ଡ୍ରାଇଭରକୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୋମନାଥ ଭୁଜବଳ ଏବଂ ତାଙ୍କ ବାପା କୃଷ୍ଣଚନ୍ଦ୍ର ଧଳାଜହର ବେପାର କରି କୋଟି କୋଟି ଟଙ୍କା ବେଆଇନ୍ ଭାବେ ଆୟ କରିଥିବା ଅଭିଯୋଗ ହୋଇଛି । ସମ୍ପତ୍ତି ଆକଳନ କରିବା ପାଇଁ ତହସିଲଦାର ପହଞ୍ଚିଛନ୍ତି । ଉଭୟ ଭୁଜବଳ ବାପ ପୁଅଙ୍କ ନାଁରେ ୧୨ଟି କେସ ରହିଛି । ଉଭୟ ଏବେ ପୁରୀ ଜେଲରେ ଅଛନ୍ତି । ବେଆଇନ୍ ସମ୍ପତ୍ତି ହୋଇଥିଲେ ଅଚଳ କରାଯିବ ବୋଲି ସୂଚନା ଦେଇଛି ପୋଲିସ ।

Leave A Reply

Your email address will not be published.