ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୁଆ ଆଡ୍ଡା ଉପରେ ପୁଲିସର ଚଢାଉ: ୨୨ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ, ୩ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି-୭ ଗାଁରେ ଜୁଆ ଖେଳ ଜାରି ରହିଥିବା ବେଳେ ଖବର ପାଇ ଉକ୍ତ ଜୁଆ ଆଡ୍ଡାରେ ପୁଲିସ ଚଢଉ କରି ୩ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ମାଲକାନଗିରି ଆଦର୍ଶ ଥାନା ପୁଲିସ ପକ୍ଷରୁ ପେଟ୍ରୋଲିଙ୍ଗ ଜାରି ରହିଥିବା ବେଳେ ଏମଭି-୭ ଗ୍ରାମର ନିକଟରେ ଜୁଆଆଡ୍ଡା ଚାଲିଥିବା ଜାଣିବାକୁ ପାଇଥିଲେ। ଟୁର୍ନାଟ ପୁଲିସ ସେଠାକୁ ଯାଇ ଜୁଆ ଆଡ୍ଡାରେ ଚଢଉ କରିଥିଲେ । ପୁଲିସକୁ ଦେଖି ଅନେକ ଜୁଆଡି ସେଠାରୁ ଦୌଡି ପଳାଇବାରେ ସକ୍ଷମ ହୋଇଥିବା ବେଳେ ପୁଲିସ ୩ଜଣଙ୍କୁ କାବୁକରି ଗିରଫ କରିଥିଲେ । ଅନେକ ଜୁଆଡି ନିଜ ଟଙ୍କା ନେଇ ସେଠାରୁ ଫେରାର ହୋଇ ଯାଇଥିବା ବେଳେ ପୁଲିସ ଉକ୍ତ ଜୁଆ ଆଡ୍ଡାରୁ ମୋଟ ୨୨ହଜାର ୨୩୦ଟଙ୍କା ଓ ଅନେକ ତାସ୍ ମୁଠା ଜବତ କରିଥିଲେ ।

Leave A Reply

Your email address will not be published.