ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭଡ଼ାଘରୁ ଜାଲ୍ ନୋଟ୍ ଜବତ ମାମଲାରେ ପୋଲିସର ବଡ଼ ଖୁଲାସା; ରାଜ୍ୟ ବାହାରକୁ ଲମ୍ବିଛି କାରବାରର ଚେର

ଯାଜପୁର: ଯାଜପୁରରୁ ଆନ୍ଧ୍ରର ବିଶାଖାପାଟ୍ଟଣମ୍କୁ ଲମ୍ବିଛି ଜାଲ୍ ନୋଟ୍ କାରବାରର ଚେର । ଗତକାଲି ବିଳମ୍ବିତ ରାତିରେ ଭଡ଼ାଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ମାମଲାରେ ଏଭଳି ବଡ଼ ଖୁଲାସା କରିଛି ପୋଲିସ । ଏହି ମାମଲାରେ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ମଙ୍ଗଳପୁର ଥାନା ଛଞ୍ଚଣା ଗାଁର ଚନ୍ଦ୍ରମଣି ବଳ । ୫ ବର୍ଷ ମଧ୍ୟରେ ତିନି ତିନିଥର ଜାଲ୍ ନୋଟ ମାମଲାରେ ଗିରଫ ହେଲାଣି ଏହି ଅଭିଯୁକ୍ତ । ସେ ସନ୍ଥ ମହାଦେବ ନିକଟରେ ଏକ ଘରେ ଭଡ଼ାରେ ରହି ଜାଲ୍ ନୋଟ୍ ଛାପୁଥିଲା । ବିଶେଷକରି ବିଜୟନଗରମ୍ ଓ ବିଶାଖାପାଟ୍ଟଣମକୁ ଲମ୍ବିଛି ଜାଲ୍ ନୋଟ୍ କାରବାରର ଚେର । ତେବେ ଚନ୍ଦ୍ରମଣି ସହ ଜାଲ୍ ନୋଟ୍ କାରବାରରେ ଆଉ କିଏ ସମ୍ପୃକ୍ତ ପୋଲିସ ସେନେଇ ତଦନ୍ତ ଚାଲିଥିବା କହିଛି ।

ଅଭିଯୁକ୍ତ ଚନ୍ଦ୍ରମଣି ବଳ ପୂର୍ବରୁ ଜାଲ୍ ନୋଟ୍ କାରବାର ପାଇଁ ୨ ଥର ଜେଲ୍ ମଧ୍ୟ ଯାଇଛି । ୨୦୧୭ରେ କାଳିଆପାଣି ଥାନା ଓ ୨୦୨୦ରେ ଯାଜପୁର ରୋଡ୍ ଦାନଗଦୀ ଥାନାରେ ଅଭିଯୁକ୍ତ ଚନ୍ଦ୍ରମଣି ନାଁରେ ମାମଲା ରହିଛି । ତା’ଠାରୁ ପୋଲିସ ୪୨ଟି ୱାନ୍ ସାଇଡ୍ ପ୍ରିଣ୍ଟେଡ୍ ଶହେ ଟଙ୍କିଆ ସହ ପ୍ରିଣ୍ଟର, କାଗଜ, ଷ୍ଟାମ୍ପ ଆଦି ଜବତ କରିଛି । ୨୫ ହଜାର ଟଙ୍କା ଦେଲେ ଅଭିଯୁକ୍ତ ଲକ୍ଷେ ଟଙ୍କାର ଜାଲ୍ ନୋଟ୍ ଦେଉଥିବା ଜଣାପଡ଼ିଛି । ଆବଶ୍ୟକ ହେଲେ ଚନ୍ଦ୍ରମଣିକୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଏସଡିପିଓ ।

Leave A Reply

Your email address will not be published.