ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଲିସ ବାବୁଙ୍କୁ ଫିଟ ରହିବାକୁ ନିର୍ଦ୍ଦେଶ: ସମସ୍ତ ପୁଲିସ ଅଫିସରଙ୍କ ରେକର୍ଡ କରାଯିବ ଓଜନ, ମାଦକ ଦ୍ରବ୍ୟରୁ ଦୂରେଇ ରହିବାକୁ ପରାମର୍ଶ

ଭୁବନେଶ୍ୱର: ପୁଲିସ କର୍ମଚାରୀଙ୍କୁ ଫିଟ୍‌ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛି କମିଶନରେଟ ପୁଲିସ। । ନିର୍ଦେଶ ଅନୁସାରେ ପ୍ରତ୍ୟେକ ଆଇନ ଶୃଙ୍ଖଳା ବିଭାଗ ପାଇଁ ଶାରୀରିକ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେଉଁଥିରେ APR, DPO, CP ମୁଖ୍ୟାଳୟ, ଟିମ୍ ୬୦, OSAP ମୋବାଇଲାଇଜଡ୍ ଫୋର୍ସ ସହିତ ସଂଯୁକ୍ତ ଥିବା UPD ଭୁବନେଶ୍ବରର ସମସ୍ତ ପୁଲିସ୍ କର୍ମଚାରୀ ମାନେ ଏହି ନିୟମ ମାନିବା ପାଇଁ କୁହାଯାଇଛି।

ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ଡ୍ରିଲ୍‌ କରିବେ । ଏହାବ୍ୟତୀତ ମାସକୁ ଅତିକମ୍‌ରେ ୨୪ ଦିନ ବ୍ୟାୟାମ୍‌ କରିବେ ବୋଲି ଡିଜି କହିଛନ୍ତି। ସବୁ ପୋଲିସ ଅଫିସରଙ୍କ ଓଜନ ରେକର୍ଡ କରାଯିବ । ତମାଖୁ ଦ୍ରବ୍ୟ ଓ ମାଦକ ଦ୍ରବ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ୟୁନିଫର୍ମରେ ସ୍ମାର୍ଟ ଲୁକ୍ ଉପରେ ଗୁରୁତ୍ୱ ଦିଅନ୍ତୁ ଏବଂ ସକ୍ରିୟ ଭାବରେ କାର୍ଯ୍ୟ କରନ୍ତୁ ବୋଲି ନିର୍ଦ୍ଦେଶାନାମା ଜାରି କରାଯାଇଛି।

ଏ ନେଇ ଭୁବନେଶ୍ବରର ଡିସିପି  ପ୍ରତୀକ ସିଂ କହିଛନ୍ତି ଯେ, ପୁଲିସ ଏକ ୟୁନିଫର୍ମ ସର୍ଭିସ । ପୁଲିସ ଫିଟ ରହିବା ଜରୁରୀ । ଶାରୀରିକ ଓ ମାନସିକ ସୁସ୍ଥ ରହିଲେ ସେମାନଙ୍କ କାର୍ଯ୍ୟ ଦକ୍ଷତା ବଢିବ । ନଚେତ ଉଚ୍ଚ ରକ୍ତଚାପ, ମଧୁମେହ ଭଳି ରୋଗର ଶିକାର ହୋଇପାରନ୍ତି । କିଛି ଦିନ ତଳେ କ୍ଲିନ ପୋଲିସ ଷ୍ଟେସନ ଓ ଫିଟ ପୋଲିସ ଷ୍ଟେସନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସମୟ ସମୟରେ ପୁଲିସ ତରଫରୁ ଏ ଭଳି ପଦକ୍ଷେପ ନିଆଯାଉଛି । ପୁଲିସ ଉପରେ ଅତ୍ୟଧିକ କାମ ଚାପ ରହୁଛି । ଫିଟନେସ ପାଇଁ ସମୟ ଦେଇପାରୁନାହାନ୍ତି। ଚାପରୁ ଦୂରେଇ ରହିବା ଓ ଅଧିକ କାର୍ଯ୍ୟ ଦକ୍ଷତା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଫିଟନେସ ନ ରହିଲେ କାମ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ଏହି ନିର୍ଦେଶକୁ ସମସ୍ତ ପାଳନ କରିବେ । ଅନଫିଟ ପୁଲିସଙ୍କୁ ଫିଟ ରଖିବା ପାଇଁ ସୁଯୋଗ ଦିଆଯିବ। ପେଟୁଆ ପୁଲିସଙ୍କୁ ଜଲଦି ଫିଟ ରହିବାକୁ ତାଗିଦ ହେବ। ଡ୍ୟୁଟି ନ ଥାଇ ଯେଉଁମାନେ ଫିଟ ନ ରହୁନାହାନ୍ତି ସେମାନଙ୍କୁ କୈଫିୟତ ମଗାଯିବ । ଶାରୀରିକ ଓ ମାନସିକ ଭାବେ କିଭଳି ଫିଟ ରହିବେ ସେ ନେଇ ସଚେତନ କରାଯାଇଥିଲା । ଗୁଟଖା ଓ ପାନ ଖାଇବା ଉପରେ ମଧ୍ୟ କଟକଣା ଲଗାଇଛି କମିଶନରେଟ ପୁଲିସ।

ଅନ୍ୟପଟେ, ଓଡିଶା ପୁଲିସ ଡିଜି ସୁନୀଲ୍‌ ବଂଶଲଙ୍କ ଅଧ୍ୟକ୍ଷତାରେ  ଡିଜିପି କ୍ୟାମ୍ପ ଅଫିସରେ ବୈଠକ ବସିଛି । ବୈଠକରେ ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗଦେଇଛନ୍ତି। ଡିଜି କ୍ୟାମ୍ପ ଅଫିସରେ ଚାଲିଥିବା ବୈଠକରେ ଉପସ୍ଥିତ ଅଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆଇନ୍‌ ଶୃଙ୍ଖଳା ଏଡିଜି ଆର୍‌,କେ ଶର୍ମା , ସ୍ପେଶାଲ ଆର୍ମ ପୋଲିସ ଏଡିଜି ଆର୍‌ପି କୋଚେ, ଏଡିଜି ଅପରେସନ ଅମିତାଭ ଠାକୁର ଉପସ୍ଥିତ ରହିଛନ୍ତି।

Leave A Reply

Your email address will not be published.