ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଖାକିରେ ଲାଗିଲା କଳଙ୍କ: ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହେଲେ ଫାଣ୍ଡି ଅଧିକାରୀ

ବାଲେଶ୍ୱର: ପୁଣି ଖାକିରେ ଲାଗିଲା କଳଙ୍କ। ପୁଲିସକୁ ଗିରଫ କଲା ପୁଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ଜଣେ ପୁଲିସ ବାବୁ ମହିଳା କନେଷ୍ଟବଳଙ୍କୁ ବାରମ୍ୱାର ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଗୋପାଳପୁର ଫାଣ୍ଡିର ଅଧିକାରୀ ବଂଶୀଧର ପ୍ରଧାନ ଥାନାର ଜଣେ ମହିଳା କନେଷ୍ଟବଳଙ୍କୁ ବାରମ୍ୱାର ଦୁଷ୍କର୍ମ କରିଥିଲେ।  ମହିଳା କନେଷ୍ଟବଳ ଏନେଇ ବାଲେଶ୍ୱର ତଥା ପୂର୍ବାଞ୍ଚଳ ଆଇଜି ଦିପ୍ତେସ ପଟ୍ଟନାୟକଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଆଇଜି ଅଭିଯୁକ୍ତ ଫାଣ୍ଡି ଅଧିକାରୀଙ୍କୁ ଅଫିସ୍‌କୁ ଡାକିଥିଲେ । ବଂଶୀଧର ପ୍ରଧାନ ଅଫିସ୍‌ରେ ପହଞ୍ଚିବା କ୍ଷଣି ସେଠାରେ ତାଙ୍କୁ ଗିରଫ କରାଯାଇଥିଲା । କିଛି ସମୟ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ବୋଲି ଜଣାପଡ଼ିଛି।

Leave A Reply

Your email address will not be published.