ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବହୁ ଚର୍ଚ୍ଚିତ ତୁଷାର ସାହୁ ମୃତ୍ୟୁ ମାମଲା, ୨ ଜଣଙ୍କୁ ଗିରଫ କଲା ପୁଲିସ

କଟକ : ବହୁ ଚର୍ଚ୍ଚିତ କଟକ ଖ୍ରୀଷ୍ଟ କଲେଜର ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତ୍ୟୁ ମାମଲାରେ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଜଗତପୁର ପୁଲିସ। ଗିରଫ ଦୁଇଜଣ ହେଲେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନ। ଏହି ଦୁଇ ଜଣ ଖ୍ରୀଷ୍ଟ କଲେଜର ଛାତ୍ର ତୁଷାରକାନ୍ତ ସାହୁଙ୍କୁ ଏକ ନିର୍ଦ୍ଦିଷ୍ଟ ଘଟଣାକୁ ନେଇ ମାନସିକ ଓ ଶାରୀରିକ ସ୍ତରରେ ନିର୍ଯ୍ୟାତନା ଦେଉଥିଲେ। ଏଥିରୁ ମୁକ୍ତି ପାଇବା ପାଇଁ ତୁଷାରକାନ୍ତ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ତଦନ୍ତକାରୀ ଅଧିକାରୀ ପି.କେ ଦାସ ସଂପୂର୍ଣ୍ଣ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ କଟକ ଖ୍ରୀଷ୍ଟ କଲେଜର ତୁଷାରକାନ୍ତ ସାହୁ ଗତ ଅଗଷ୍ଟ ୩ ତାରିଖ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ଥିବା ନେଇ ପରିବାର ଲୋକେ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ନିଖୋଜ ପଛରେ ବାନ୍ଧବୀ ଓ ଅନ୍ୟ ୫ଜଣଙ୍କ ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକ। ପୁଲିସ ତୁଷାରଙ୍କ ପରିବାର ଲୋକାଙ୍କ ଅଭିଯୋଗ ଅନୁସାରେ ତଦନ୍ତ କରିବା ସହ ନିଖୋଜ ତୁଷାରକୁ ଖୋଜୁଥିବା ବେଳେ ଅଗଷ୍ଟ ୫ ତାରିଖରେ ତୁଷାରଙ୍କ ମୃତଦେହ ମହାନଦୀ ଯୋବ୍ରା ଆନିକଟ ନିକଟରୁ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.