ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନକଲି ସୁନା ଶଙ୍ଖ କାରବାର ଓ ଅପହରଣ ଅଭିଯୋଗରେ ୨ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ନବରଙ୍ଗପୁର : ନବରଙ୍ଗପୁରରେ ଥମୁନି କଳା ସାମ୍ରାଜ୍ୟର କାରବାର । ସୁନା ଇଟା କାରବାର ଘଟଣାର କିଛି ଦିନର ବ୍ୟବ୍ୟଧାନ ପରେ ପୁଣି ସାମ୍ନାକୁ ଆସିଲା ନକଲି ସୁନା ଶଙ୍ଖ ଘଟଣା । କ୍ରେତା ଓ ବିକ୍ରେତାକୁ ବାନ୍ଧିଲା ପୋଲିସ । ନକଲି ସୁନା ଶଙ୍ଖ କାରବାର ଓ ଅପହରଣ ଅଭିଯୋଗରେ ୨ ଅଭିଯୁକ୍ତକୁ ଗିରଫ କରି କୌର୍ଟ ଚାଲାଣ କରିଛି ପୋଲିସ । ଉକ୍ତ ଘଟଣାରେ ସଂପୃକ୍ତ ରହି ଅପହୃତ ହୋଇଥିବା ନବରଙ୍ଗପୁର ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳର ଜଣେ ଯୁବକଙ୍କୁ ସେଠାରୁ ଉଦ୍ଧାର କରିବା ସହ ମଧ୍ୟପ୍ରଦେଶ ରାଜ୍ୟର ବେତୁଲ୍ ଅଂଚଲର ଜଣେ ଭଣ୍ଡ ବାବାକୁ ଉଠେଇ ଆଣିଲା ପୋଲିସ ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ମୈଦଲପୁର ପୋଲିସ । ଯୁବକଙ୍କୁ ଅପହରଣ କରି ୬ ଲକ୍ଷ ଟଙ୍କା ଦାବି ଅଭିଯୋଗରେ ଛତିଶଗଡ ରାଜ୍ୟ ବେଚଲି ଅଂଚଳରେ ଜଣେ ଭଣ୍ଡ ବାବାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରେ ବନ୍ଧକ ଥିବା ନବରଙ୍ଗପୁର ଜିଲ୍ଲାର ଜଣେ ଯୁବକଙ୍କୁ ଉଦ୍ଧାର କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ସମ୍ପୂର୍ଣ୍ଣ ଘଟଣାର ବାବଦରେ ପ୍ରେସ ମିଟରେ ସୂଚନା ଦେଇଛନ୍ତି ପାପଡାହାଣ୍ଡି ଏସ୍ଡିପିଓ ଆଦିତ୍ୟ ସେନ ।

Leave A Reply

Your email address will not be published.