ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋରାପୁଟରେ ପୁଲିସ ଡିଜି ସୁନିଲ ବଂଶଲ

କୋରାପୁଟ: କୋରାପୁଟ ଗସ୍ତରେ ପୁଲିସ ଡିଜି ସୁନିଲ ବଂଶଲ। ଆଜି ସକାଳ ସମୟରେ ସେକ୍ଟର ପଡିଆରେ ଅବତରଣ କରିବାପରେ ବିଏସଏଫ ସେକ୍ଟର ହେଲିପ୍ୟାଡରୁ ଓଏସଏପି ତୃତୀୟ ବାଟାଲିୟନ ପରିଦର୍ଶନ କରିଥିଲେ। ପରେ ଏସଓଜି ଓ ପୁଲିସ ରିଜର୍ଭ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଡିଜିଙ୍କ ସହ ସ୍ପେଶାଲ ଡିଜିଏମ କେ ଛାବ୍ରା, ଗୁଇନ୍ଦା ନିର୍ଦେଶକ ଲଳିତ ଦାଶ, ଆଇଜି ଅପରେସନ ଅମିତାଭ ଠାକୁର, ଏସଆଇଡବ୍ଲୁଆଇଜି ଅନିରୁଦ୍ଧ ସିଂ, ବିଏସଏଫ ଆଇଜି ବୁଡିକୋଟି ପ୍ରମୁଖ ରହିଛନ୍ତି ।

କୋରାପୁଟ ସ୍ଥିତ ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିର୍ବାଚନୀ ସମୀକ୍ଷା, ମାଓ ଅପେରସନ ଓ ଆଇନ ଶୃଙ୍ଖଳା ଉପରେ ସମୀକ୍ଷା କଥିଲେ। ଏହି ସମୀକ୍ଷାରେ ପୁଲିସ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ସହ ବିଏସଫ, ସିଆରପିଫ ଓ ପୁଲିସ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଡ଼ିଜିଙ୍କର ନବରଙ୍ଗପୁର ଓ ରାୟଗଡ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିବା ଜଣା ପଡ଼ିଛି।

Leave A Reply

Your email address will not be published.