ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଲିସ ପାଖରେ ଦ୍ୱାରସ୍ଥ ହେଲେ ପୁଲିସ ଦମ୍ପତି

ଭୁବନେଶ୍ବର: ରାଜଧାନୀରେ ବୁଧବାର ଅଭାବନୀୟ ଘଟଣା ଘଟିଛି।  ପୁଲିସ ଦ୍ୱାରସ୍ଥ ହେଇଛି ପୁଲିସ ପାଖରେ। ଜଣେ ପୁଲିସ କର୍ମଚାରୀଙ୍କ ଘରେ ପରିବାରିକ ଅସାନ୍ତି ଦେଖାଯାଇଛି । ଉଭୟ ପତି-ପତ୍ନୀ ପୁଲିସ ବିଭାଗରେ ଚାକିରି କରିଥିବା ବେଳେ ଏବେ ଉଭୟଙ୍କୁ ପୁଲିସ ଥାନାର ଦ୍ୱାରସ୍ଥ ହେବାକୁ ପଡ଼ିଛି । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୁଲିସ ଦମ୍ପତି ରାସ୍ତା ଉପରେ ହାତାହାତି ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ, ପୋଲିସ ଦମ୍ପତି ଦୀର୍ଘ ୧୧ ବର୍ଷ ଧରି ଅଲଗା ରହି ଆସୁଛନ୍ତି। ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା । ଏମିତିକି ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ଦିଆନିଆ ହୋଇସାରିଥିବା କୁହାଯାଉଛି। କିନ୍ତୁ ହଠାତ୍‌ ବୁଧବାର ପୁରଷ ଜଣକ ନିଜ ଘରେ ଥିବା ବେଳେ ମହିଳା ଜଣକ ତାଙ୍କ ଘରେ ପହଞ୍ଚିଥିଲେ। ଆଉ ତାଙ୍କୁ ଛୁରୀ ଧରି ଆକ୍ରମଣ କରିଥିଲେ। ଏମିତିକି ମହିଳା ଜଣକ ପୁରୁଷଙ୍କ ହାତକୁ କାମୁଡ଼ି ଦେଇଥିବା ଜଣାପଡ଼ିଛି।

ତେବେ ଏହି ସବୁ ଘଟଣାକୁ ମହିଳା ଜଣଙ୍କ ସମ୍ପୂର୍ଣ୍ଣ ଖଣ୍ଡନ କରିଥିବା ବେଳେ ସେ ସଫେଇ ଦେଇଛନ୍ତି ଯେ, ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଛନ୍ତି। ଏକଥା ଜାଣିବା ପରେ ସେ ସ୍ୱାମୀଙ୍କ ଘରେ ପହଞ୍ଚିଥିଲେ । ପୂର୍ବରୁ ଏହା ଜାଣିପାରି ସ୍ୱାମୀ ଓ ତାଙ୍କ ପ୍ରେମିକା ଉଭୟ ଘରୁ ବାହାରି ଦୌଡ଼ି ପଳାଇଥିଲେ। ଏହି ସବୁ ଘଟଣା ପରେ ଏବେ ଏୟାରଫିଲ୍ଡ ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାର ତଦନ୍ତ କରି ସମାଧାନ କରିବ ବୋଲି କହିଛି ।

Leave A Reply

Your email address will not be published.