ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୋ-ଚାଲାଣ ବେଳେ ପୁଲିସ ଚଢ଼ାଉ : ଭୟରେ ଗାଡ଼ିରୁ ଡେଇଁ ଜଣେ ମୃତ, ୯ ଗୋଚାଲାଣ କାରୀ ଅଟକ

ଜଳେଶ୍ୱର : ପୁଣି ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ସମୟରେ ୩ ଟି ଗୋରୁ ବୋଝେଇ କଣ୍ଟେନର ସହ ଗୋଟିଏ ପିକ ଅପ ଜବଦ କଲା ଜଳେଶ୍ଵର ପୋଲିସ।୨୫୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର।ପ୍ରାୟ ତିନି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବଦ।ନଅ ଜଣଙ୍କୁ ଗିରଫ କରିଛି ଜଳେଶ୍ବର ପୁଲିସ। ସୂଚନାରୁ ପ୍ରକାଶ ଯେ ପୂର୍ବ ଖବର ପାଇ ଜଳେଶ୍ୱର ପୁଲିସ ଜଳେଶ୍ୱର ଚାଲନ୍ତି ଏନ ଏଚ-୬୦ ରାଜଘାଟ ନାକା ପଏଣ୍ଟ ଟିକଟରେ ଜଳେଶ୍ଵର ପୁଲିସର ଯାଞ୍ଚ ବେଳେ ପ୍ରଥମେ ଧରା ପଡ଼ିଥିଲା ଦୁଇଟି କଣ୍ଟେନର।ପରେ ପରେ ଆଉ ଏକ ପିକପ ଦୃତ ଗତିରେ ଆସି ନାକା ପଏଣ୍ଟ ପାଖରେ ପହଞ୍ଚିବା କ୍ଷଣି ପୁଲିସକୁ ଦେଖି ପିକପରୁ ଜଣେ ଭୟରେ ପୋଲ ତଳକୁ ଡିଆଁ ମାରିଥିବା ସୂଚନା ମିଳିଛି।

ପୁଲିସ ସଙ୍ଗେ ସଙ୍ଗେ ଡିଆଁ ମାରିଥିବା ଗୋରୁ ମାଫିଆ ପାଖରେ ପହଂଛି ଉଦ୍ଧାର କରିଥିଲା। ଏନ ଏଚ-୬୦ ଆମ୍ବୁଲାନ୍ସକୁ ଖବର ଦେବା ପରେ ଆମ୍ବୁଲାନ୍ସ ପହଞ୍ଚି ଗୋରୁ ମାଫିଆକୁ ଜଳେଶ୍ୱର ଜି କେ ଭଟ୍ଟର ହସ୍ପିଟାଲକୁ ନେଇ ଯାଇ ଥିଲା।ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଘଟଣା ସ୍ଥଳରୁ ପ୍ରାୟ ୨୫୦ରୁ ଉର୍ଦ୍ଧ ଗୋରୁକୁ ଉଦ୍ଧାର କରି ଜଳେଶ୍ୱର ପୁଲିସ ଗୋସାଳାକୁ ପଠାଇ ଦିଆଯାଇଛି।ବାକି ନଅ ଜଣ ଗୋରୁ ମାଫିଆକୁ ଜଳେଶ୍ୱର ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।ସମସ୍ତ ଗୋରୁ ଏବଂ ମାଫିଆ ଭଦ୍ରକ ଅଞ୍ଚଳର ବୋଲି ଜଣା ପଡ଼ିଛି।

Leave A Reply

Your email address will not be published.