ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ପିଲା ଚୋରି ଓ ବିକ୍ରି ଉଦ୍ୟମକୁ ପଣ୍ଡ କଲା ପୁଲିସ

ଭୁବନେଶ୍ୱର: ରାଜଧାନୀରେ ପିଲା ଚୋରି ଓ ବିକ୍ରି ଉଦ୍ୟମକୁ ପଣ୍ଡ କରିଛି ପୁଲିସ। ସିସିଟିଭିର ଫୁଟେଜ ଆଧାରରେ ନାବାଳିକାକୁ ଉଦ୍ଧାର କରାଯାଇଛି। ୫ ଦିନ ପରେ ମିଳିଛି ନାବାଳିକା । ନାବାଳିକାକୁ ଚୋରି କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୁଚାଇ ରଖିଥିଲା ଅପରାଧି । ଏହି ଘଟଣା ଇନଫୋସିଟି ଥାନା ଶିଖରଚଣ୍ଡୀ ବସ୍ତିରେ ଘଟିଛି। ଗତ ଶନିବାରଠାରୁ ଶଖରଚଣ୍ଡୀ ବସ୍ତିର ଜଣେ ନାବାଳିକାଙ୍କ ପତ୍ତା ନଥିଲା । ଦିନ ମଜୁରିଆ ବାପା, ମାଆ ବହୁ ଖୋଜା ଖୋଜି ପରେ ଥାନାରେ ଏତଲା କରିଥିଲେ । ବାପା, ମାଆ ଏତଲା ଦେବା ପରେ ପୁଲିସ ଏହି ଘଟଣାକୁ ପ୍ରଥମେ ହାଲକା ଭାବରେ ନେଇଥିଲା । କିନ୍ତୁ ଅଭିଯୁକ୍ତ ଜଣକ ପିଲାଟିକୁ ନେଇ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବୁଲୁଥିବା ବେଳେ ଲୋକ ଦେଖିଥିଲେ। ଏହା ପରେ ପୁଲିସ ଏବଂ ସ୍ଥାନୀୟ ଲୋକ ମିଳିତ ଭାବେ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ କାବୁ କରିଥିଲେ ।

Leave A Reply

Your email address will not be published.