ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ୍ୟାର ଫାଇଦା ନେଇ ବିଲକୁ ଛାଡିଲେ ଚିଙ୍ଗୁଡି ଘେରିର ବିଷାକ୍ତ ପାଣି, ଚାଷୀ ହତାସ

ମହାକାଳପଡା: ଚିଙ୍ଗୁଡି ଘେରିରେ ଚିଙ୍ଗୁଡି ଚାଷ କରିବା ପାଇଁ ରାସାୟନିକ ସାମଗ୍ରୀ ବ୍ୟବହାର ହେଉଥିବାରୁ ପରବର୍ତ୍ତି ସମୟରେ ତାହା ବିଷାକ୍ତ ହେଇଯାଇଥାଏ । ସେହି ବିଷାକ୍ତ ପାଣିକୁ ଚିଙ୍ଗୁଡି ଘେରିରୁ ବାହାର କରିବା ପାଇଁ ଘେରି ମାଲିକମାନେ ସୁଯୋଗ ଖୋଜିଥାନ୍ତି । ଗତ ଲଘୁଚାପ ବର୍ଷା ଓ ବନ୍ୟାର ସୁଯୋଗ ନେଇ ଚିଙ୍ଗୁଡୁ ଘେରିରୁ ବିଷାକ୍ତ ପାଣିକୁ ପାଇପ ନଳା ଯୋଗେ ବାହାରକୁ ଛାଡି ଦେଇଛନ୍ତି । ଚିଙ୍ଗୁଡି ଘେରିରୁ ନିର୍ଗତ ବିଷାକ୍ତ ପାଣି ନିକଟରେ ଚାଷଜମିରେ ମାଡି ଯାଇ ଜମିର ଉର୍ବରତାକୁ ନଷ୍ଟ କରିଦେଉଛି । ମହାକାଳପଡା ବ୍ଲକ ଅଞ୍ଚଳରେ ବେଆଇନ ଚିଙ୍ଗୁଡି ଘେରିକୁ ଉଚ୍ଛେଦ କରିବାକୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିବା ବେଳେ ବନବିଭାଗ ଏବଂ ପ୍ରଶାସନ ଅନେକ ସମୟରେ ଚିଙ୍ଗୁଡି ଘେରିକୁ ଭାଙ୍ଗିଛନ୍ତି । ମାତ୍ର ପ୍ରଶାସନକୁ ଚକମା ଦେଇ ପୁନର୍ବାର ଚିଙ୍ଗୁଡି ଘେରି କୁଟିର ଶିଳ୍ପ ଭଳି ଗଢି ଉଠିଲାଣି । ମହାକାଳପଡା ବ୍ଲକର ଆଖଡାଶାଳୀ ମୁହାଣ ନିକଟରେ ଶତାଧିକ ଚିଙ୍ଗୁଡି ଗଢି ଉଠି ସେହି ଘେରିର ବିଷାକ୍ତ ପାଣି ନିକଟସ୍ଥ ଚାଷଜମିକୁ ମାଡି ଚାଲିଛି । ଫଳରେ ଚାଷଜମି ପ୍ରଭାବିତ ହେବା ସହିତ ଜମିର ଉର୍ବରତା ହ୍ରାସ ପାଉଛି । ଚାଷ ଜମିରେ ବନ୍ୟାର ପାଣି ସହିତ ବିଷାକ୍ତ ଚିଙ୍ଗୁଡି ଘେରି ପାଣି ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।

Leave A Reply

Your email address will not be published.