ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ତଦନ୍ତ କମିଟି ଗଠନ

ନୂଆଦିଲ୍ଲୀ: ପଞ୍ଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ଯାଞ୍ଚ ପାଇଁ ଗଠନ ହେଲା କମିଟି । ଏକ ୫ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଇନ୍ଦୁ ମାଲହ୍ରୋତାଙ୍କ ନେତୃତ୍ୱରେ କମିଟି ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ତଦନ୍ତ କରିବ । ଏହି କମିଟିରେ ଏନଆଇଏ ଡିଜି, ଚଣ୍ଡିଗଡ଼ ଡିଜିପି, ପଞ୍ଜାବର ଏଡିଜିପି (ସୁରକ୍ଷା) ଏବଂ ପଞ୍ଜାବ ଓ ହରିୟାଆ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ୍ ଏହାର ସଦସ୍ୟ ରହିବେ ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ହାଇକୋର୍ଟ ରେଜିଷ୍ଟ୍ରାର୍ ଜେନେରାଲ୍ ମାମଲା ସମ୍ପର୍କିତ ସମସ୍ତ ଦସ୍ତାବିଜ୍ ଖୁବଶୀଘ୍ର କମିଟି ମୁଖ୍ୟ ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କୁ ହସ୍ତାନ୍ତର କରିବେ । ଯଦିଓ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ଯ କରି ନଥିଲେ ବି ତଦନ୍ତ କରି ଖୁବଶୀଘ୍ର ରିପୋର୍ଟ ଦାଖଲ କରିବାକୁ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ସୂଚନା ଅନୁଯାୟୀ, କିଛି ଦିନ ତଳେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍‌କେଡ ଫସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରାୟ ୧୫ ମିନିଟ୍‌ ଧରି ରାସ୍ତାରେ ଅଟକ ରଖିଥିଲେ ଚାଷୀ । ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ଦୃଷ୍ଟି​‌ରେ ରଖି ଫିରୋଜପୁରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ରାଲିକୁ ରଦ୍ଦ କରାଯାଇଥିଲା।

Leave A Reply

Your email address will not be published.