ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେପି ମନ୍ତ୍ରୀଙ୍କ ଅଜବ ଯୁକ୍ତି, କହିଲେ ପ୍ରଧାନମନ୍ତ୍ରୀ ମୋଦୀ ମାସ୍କ ପିନ୍ଧିବା ସ୍ୱେଚ୍ଛାକୃତ ବୋଲି କହିଛନ୍ତି

ବେଙ୍ଗାଲୁରୁ : ଦେଶରେ ବଢୁଥିବା କରୋନା ସଂକ୍ରମଣ ପାଇଁ କେନ୍ଦ୍ର ସରକାର ଠୁ ଆରମ୍ଭ କରି ରାଜ୍ୟ ସରକାର ବିଭିନ୍ନ କଟକଣା ଲାଗୁ କରୁଛନ୍ତି। ଜନସାଧାରଣ ସତର୍କ ଓ ସଚେତନ ରହିବା ସହ କୋଭିଡ ନିୟମାବଳୀ ପାଳନ ପାଇଁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଉଛି। ଏହାରି ମଧ୍ୟ ମାସ୍କ ପିନ୍ଧିବାକୁ ପ୍ରାଧାନ୍ୟ ଦିଆଯାଉଛି। ଜନସାଧାରଣ ମାସ୍କ  ନପିନ୍ଧିଲେ ସରକାରଙ୍କ ପକ୍ଷରୁ ଜରିମାନା ମଧ୍ୟ ଆଦାୟ କରାଯାଉଛି। କିନ୍ତୁ କର୍ଣ୍ଣାଟକାର ମନ୍ତ୍ରୀ ତଥା ବିଜେପି ନେତା ସର୍ବସମ୍ମୁଖରେ ମାସ୍କ ପିନ୍ଧିବାକୁ ମନା କରି ଦେଇଛନ୍ତି।ବର୍ତ୍ତମାନ କର୍ଣ୍ଣାଟକା ବିଜେପି ସରକାରରେ ଖାଦ୍ୟ ଏବଂ ଖାଉଟି ବ୍ୟାପର ଓ ଜଙ୍ଗଲ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଉମେଶ କାତି କେବଳ ମାସ୍କ ପିନ୍ଧିନାହାନ୍ତି ତାହା ନୁହେଁ ନପିନ୍ଧିବା ନେଇ ସେ ଅଜବ ଯୁକ୍ତି ମଧ୍ୟ କରିଛନ୍ତି।

ମଙ୍ଗଳବାର ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେବାକୁ କର୍ଣ୍ଣାଟକା ବିଜେପି ସରକାରର ମନ୍ତ୍ରୀ ଉମେଶ କାତି ଯାଇଥିବା ବେଳେ ମାସ୍କ ପିନ୍ଧିନଥିଲେ। ଯାହାକୁ ନେଇ ସେଠାରେ ଉପସ୍ଥିତ ସାମ୍ବାଦିକ ମାନେ ମନ୍ତ୍ରୀ ଉମେଶ କାତିଙ୍କୁ ଆପଣ କଣ ପାଇଁ ମାସ୍କ ପିନ୍ଧିନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ଦେବାକୁ ଯାଇ ସେ ଅଜବ ଯୁକ୍ତି କରିଥିଲେ। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜେପି ସରକାରର ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସ୍କ ପରିଧାନ ନେଇ କୌଣସି କଟକଣା ଲଗାଇ ନାହାନ୍ତି। ମାସ୍କ ପିନ୍ଧିବା ଦାୟିତ୍ୱ ଜଣେ ବ୍ୟକ୍ତିଙ୍କ ଉପରେ ନିର୍ଭର କରେ। ମାସ୍କ ପିନ୍ଧିବା କିମ୍ବା ନ ପିନ୍ଧିବା ଜଣେ ବ୍ୟକ୍ତିଙ୍କ ଇଚ୍ଛାଧୀନ ବ୍ୟାପାର ବୋଲି ମୋଦୀ କହିଛନ୍ତି। ତେଣୁ ମୁଁ ମୋ ଇଚ୍ଛାରେ ମାସ୍କ ପିନ୍ଧୁନି। ଏଥିରେ କୌଣସି ସମସ୍ୟା ନାହିଁ।

ଦେଶ ତଥା କର୍ଣ୍ଣାଟକା ରାଜ୍ୟରେ ମଧ୍ୟ ବଢୁଥିବା କରୋନା ସଂକ୍ରମଣ ସ୍ଥିତି ମଧ୍ୟରେ ଜଣେ ମନ୍ତ୍ରୀଙ୍କ ଏପରି ଯୁକ୍ତି ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି। ଯେଉଁ ସମୟରେ ସରକାର ଲୋକଙ୍କୁ ସଚେତନ କରୁଛନ୍ତି। ସେହି ସମୟରେ ସରକାରରେ ଥାଇ ମଧ୍ୟ ମାକ୍ସ ନପିନ୍ଧିବା ପୁଣି ବିଜେପି ସରକାରରେ ମନ୍ତ୍ରୀ ଥାଇ ପ୍ରଧାନମନ୍ତ୍ରୀଙ୍କ ନାମ ଦ୍ବାହି ନେଇ ମାସ୍କ ନପିନ୍ଧିବାକୁ  ଯୁକ୍ତି କରିବା ଜନସାଧାରଣଙ୍କୁ ଚକିତ କରିଛି।

Leave A Reply

Your email address will not be published.