ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଫଳ ହେଲା ପ୍ରୋଜେକ୍ଟ ଚିତା; କୁନୋ ନ୍ୟାସନାଲ ପାର୍କରେ ୮ ଆଫ୍ରିକୀୟ ଚିତାଙ୍କୁ ଛାଡ଼ିଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୋପାଳ: ଦୀର୍ଘ ୭୦ ବର୍ଷରୁ ଅଧିକ ଦିନର ଅପେକ୍ଷା ପରେ ଭାରତୀୟ ଜଙ୍ଗଲରେ ଦୌଡ଼ିଲେ ଚିତା । ଆଫ୍ରିକାର ନାମିବ୍ୟାରୁ ଅଣାଯାଇଥିବା ୮ ଟି ଚିତାବାଘକୁ ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଛାଡିବା ପରେ ଏନେଇ ପ୍ରୋଜେକ୍ଟ ଚିତାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦୀ କାହିଁଛନରି କି, ପ୍ରକୃତିପ୍ରେମୀଙ୍କ ଚେତନାରେ ଜାଗ୍ରତ ହେବ ନୂଆ ଭାବନା । ଏନେଇ ସେ ନାମିବ୍ୟା ସରକାରଙ୍କୁ ଜଣାଇଛନ୍ତି କୃତଜ୍ଞତା । ଆଜି ସକାଳେ ନାମିବ୍ୟାରୁ B-747 ବିମାନରେ ପହଞ୍ଚିଥିଲେ ଚିତା ।

ଏହି ସମସ୍ତ ଚିତା କୁନୋ ପାର୍କ ଭିତରେ ଏକ ସ୍ୱତନ୍ତ୍ର ବାଡ଼ରେ ରଖାଯାଇଛି | ‘ପ୍ରୋଜେକ୍ଟ ଚିତା’ ଅଧୀନରେ ଆଫ୍ରିକୀୟ ଦେଶ ନାମିବ୍ୟାରୁ ଏହି ୮ ଚିତାକୁ ଆଜି ସକାଳେ ଏକ ସ୍ବତନ୍ତ୍ର ବିମାନରେ ଭାରତ ଅଣାଯାଇଥିଲା | ଆଠ ଚିତା ମଧ୍ୟରୁ ୫ ମାଈ ଓ ୩ ଅଣ୍ଡିରା । ମାଈ ଚିତାଙ୍କ ବୟସ ୨ ରୁ ୫ ବର୍ଷ ବୟସ ହୋଇଥିବାବେଳେ ଅଣ୍ଡିରା ଚିତାଙ୍କ ବୟସ ସାଢ଼େ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ହେବ | ୧୯୫୨ ମସିହାରେ ଚିତାବାଘକୁ ଭାରତରେ ବିଲୁପ୍ତ ପ୍ରାଣୀ ଘୋଷିତ ହୋଇଥିଲା।

ଭାରତରେ ଚିତା ବଂଶ ବୃଦ୍ଧି ପାଇଁ ‘ପ୍ରୋଜେକ୍ଟ ଚିତା’ ୨୦୦୯ରେ ଆରମ୍ଭ ହୋଇଥିଲା | ଚିତା ଆଣିବା ପାଇଁ ନାମିବ୍ୟା ସରକାରଙ୍କ ସହ ଭାରତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା।

ଚିତା ପାଇଁ ୫ ବର୍ଗ କିଲୋମିଟରର ଏକ ସ୍ୱତନ୍ତ୍ର ବାଡ଼ ପ୍ରସ୍ତୁତ କରାଯାଇଛି | ଦକ୍ଷିଣ ଆଫ୍ରିକା ସରକାର ଏବଂ ବନ୍ୟଜନ୍ତୁ ବିଶେଷଜ୍ଞ ସେମାନଙ୍କ ଉପରେ ନଜର ରଖିବେ। ଚିତା ଏଠାରେ ଭାରତୀୟ ଜଳବାୟୁ ସହିତ ଖାପ ଖୁଆଇବା ପାଇଁ ଏକରୁ ତିନି ମାସ ସମୟ ନେଇପାରେ |

Leave A Reply

Your email address will not be published.