ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମରକନ୍ଦରେ ମୋଦୀ – ପୁଟିନଙ୍କ ଦ୍ୱିପାକ୍ଷିକ ବୈଠକ: ‘ଆଜିର ଯୁଗ ଯୁଦ୍ଧର ନୁହେଁ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଜବେକିସ୍ତାନର ସମରକନ୍ଦରେ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଏସସିଓ ଶିଖର ସମ୍ମିଳନୀ ବାହାରେ ଏହି ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ପିଏମ ମୋଦୀ କହିଛନ୍ତି, ‘ଆଜି ଦୁନିଆ ସାମନାରେ ବହୁ ସମସ୍ୟା ରହିଛି, ମୁଖ୍ୟତଃ ବିକାଶଶୀଳ ଦେଶ ପାଇଁ ଖାଦ୍ୟ ସୁରକ୍ଷା, ଇନ୍ଧନ ସୁରକ୍ଷା, ସାର ସମସ୍ୟା ରହିଛି । ଏହାର ସମାଧାନର ରାସ୍ତା ବାହାର କରିବାକୁ ପଡିବ’।

ଯୁଦ୍ଧର ସମୟରେ ଭାରତର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସାହାଯ୍ୟ କରିଥିବାରୁ ରୁଷ ରାଷ୍ଟ୍ରପତି ଏବଂ ୟୁକ୍ରେନକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ପୁଟିନଙ୍କୁ ପିଏମ ମୋଦୀ କହିଛନ୍ତି, ‘ବର୍ତ୍ତମାନର ଯୁଗ ଯୁଦ୍ଧର ନୁହେଁ। ମୁଁ ଅନେକ ଥର ଏହା ଉପରେ ଆପଣଙ୍କ ସହ ଫୋନରେ କଥା ହୋଇଛି। କୂଟନୀତି ଏବଂ ଆଲୋଚନାରେ ଦୁନିଆକୁ ସଠିକ ସନ୍ଦେଶ ମିଳିବ’।

ପୁଟିନଙ୍କ ସହ ଆଲୋଚନାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ବହୁ ଦଶନ୍ଧି ଧରି ଆମେ ପ୍ରତି ମୁହୂର୍ତ୍ତରେ ପରସ୍ପର ସହ ଠିଆ ହୋଇଛୁ । ଦୁଇ ଦେଶ ଏହି ଅଞ୍ଚଳର ବିକାଶ ପାଇଁ ଲଗାତାର କାମ କରୁଛନ୍ତି । ଆଜିର ଏସସିଓ ବୈଠକରେ ଆପଣ ଭାରତ ପାଇଁ ଯେଉଁ ଭାବନା ବ୍ୟକ୍ତ କଲେ ସେଥିପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞତା ଜାଣଉଛି’।

Leave A Reply

Your email address will not be published.