ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଢୁଛି ସଂକ୍ରମଣ : ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ,କରୋନା ସ୍ଥିତିକୁ ନେଇ କରିବେ ସମୀକ୍ଷା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ପୁଣି ଥରେ ବଢ଼ୁଥିବା ବେଳେ ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସତର୍କ ହୋଇପଡ଼ିଛନ୍ତି । ଏନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବସିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ। ଭର୍ଚୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି । ଦେଶରେ କରୋନା ସଂକ୍ରମଣ ସଂଖ୍ୟା ପୁଣି ଥରେ ବଢ଼ୁଥିବା ବେଳେ ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସତର୍କ ହୋଇପଡ଼ିଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲାଚନା କରିବେ । ଏଥିରେ ସେ କୋଭିଡ ସ୍ଥିତିର ସମୀକ୍ଷା କରିବେ । ଏହି ବୈଠକ ଆଜି ଅପରାହ୍ନ ୧୨ଟାରେ ଆରମ୍ଭ ହେବ ।

ଏହା ସହ ସଂକ୍ରମଣ ରୋକିବାକୁ କ’ଣ କ’ଣ ପଦକ୍ଷେପ ନିଆଯାଉଛି, ସେ ବିଷୟରେ ମଧ୍ୟ ବୁଝିବେ ପ୍ରଧାନମନ୍ତ୍ରୀ । ଭର୍ଚୁଆଲ ମୋଡ଼ରେ ଏହି ବୈଠକ ହେବ । ଦେଶରେ ଏବେ ଧୀରେ ଧୀରେ ପୁଣି ସଂକ୍ରମଣ ବଢ଼ିବା ଦେଖାଗଲାଣି । ଦୈନିକ ସଂକ୍ରମଣ ପୁଣି ଥରେ ୨ ହଜାର ଟପିସାରିଛି । ବଢୁଥିବା ସଂକମଣକୁ ଆଖି ଆଗରେ ରଖି ବିଭିନ୍ନ ରାଜ୍ୟରେ ପୁଣି ପୁରୁଣା କଟକଣା ମଧ୍ୟ ଫେରିବାକୁ ଲାଗିଲାଣି । ଦିଲ୍ଲୀ, ପଂଜାବ ପରେ ଏବେ କର୍ଣ୍ଣାଟକ ସରକାର ମଧ୍ୟ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ।

ଆଜିର ବୈଠକରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଓ ତାଙ୍କର ମନ୍ତ୍ରାଳୟ ସଂବନ୍ଧିତ ଅଧିକାରୀମାନେ ଏହି ବୈଠକରେ ସାମିଲ ହୋଇପାରନ୍ତି ।ଆଶା କରାଯାଉଛି ଯେ, ଏହି ବୈଠକରେ ଦେଶବ୍ୟାପୀ ବୁଷ୍ଟର ଡୋଜକୁ ମାଗଣାରେ ଦିଆଯିବା ପ୍ରସ୍ତାବ ମଧ୍ୟ ଜାରି ହୋଇପାରେ । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କରୋନା ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ଗତ ଜାନୁଆରୀ ୧୩ ତାରିଖରେ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଓମିକ୍ରନ ଭାରିଆଣ୍ଟକୁ ନେଇ ଆଲୋଚନା କରିଥିଲେ ।

ଦେଶରେ ଦୈନିକ ସଂକ୍ରମଣ ପାଖାପାଖି ଅଢ଼େଇ ହଜାର ରହୁଥିବା ବେଳେ ମୃତ୍ୟୁସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳୁଛି । ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ହରିୟାଣା ଓ ମିଜୋରାମରେ କରୋନା ଗ୍ରାଫ ବଢିବାରେ ଲାଗିଛି ।ଅନ୍ୟପଟେ ଚୀନ ସହ ଅନ୍ୟ କିଛି ଦେଶରେ ମଧ୍ୟ କୋଭିଡ ନିଜର କାୟା ବିସ୍ତାର କରୁଛି । ତେବେ କରୋନା ପୁଣି କଡ଼ ଲେଉଟାଇବାରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି । କରୋନାର ଚତୁର୍ଥ ଲହର ଆଶଙ୍କା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବୈଠକ ହେଉଛି ।

Leave A Reply

Your email address will not be published.