ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଟିନ ଓ ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ : ସମାଧାନ ରାସ୍ତା ବାହାର କରିବାକୁ କହିଲେ ଏହି ଉପାୟ…..

ନୂଆଦିଲ୍ଲୀ :ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ମହାଯୁଦ୍ଧ । ଦୀର୍ଘ ୧୨ ଦିନ ହେବ କ୍ରମାଗତ ଆକ୍ରମଣ ଫଳରେ ୟୁକ୍ରେନର ମୁଖ୍ୟ ସହର ଗୁଡିକ ଧ୍ୱଂସ ସ୍ତୁପରେ ପରିଣତ ହୋଇସାରିଲାଣି।ଯୁଦ୍ଧ ଅଧିକରୁ ଅଧିକ ତୀବ୍ର ହେଉଥିବାରୁ ଯୁଦ୍ଧ ବନ୍ଦ ପାଇଁ ସାରା ବିଶ୍ବର ଅନେକ ନେତା ପ୍ରୟାସ କରୁଛନ୍ତି। ଋଷ ଓ ୟୁକ୍ରେନ ମଧ୍ୟରେ ମଧ୍ୟ ଲଗାତର ଆଲୋଚନା ପରେ ମଧ୍ୟ କିଛି ସମାଧାନ ବାହାରି ପାରୁନାହିଁ।  ଏହାରି ମଧ୍ୟରେ ଭାରତ ପକ୍ଷରୁ ମଧ୍ୟ ଉଦ୍ୟମ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍‌ ସଙ୍କଟକୁ ନେଇ ପୁଣି ଥରେ, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି।

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ପ୍ରବଳ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଯୁଦ୍ଧ ବନ୍ଦ କରିବାକୁ ଏକ ବଡ ଉଦ୍ୟମ କରିଛନ୍ତି। ସେ ଫୋନରେ ପୃଥକ ଭାବରେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା କରି ଯୁଦ୍ଧ ବନ୍ଦ କରିବାକୁ ନିବେଦନ କରିଛନ୍ତି। ଆଜି ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ପାଖାପାଖି ୩୫ ମିନିଟ୍ ଧରି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି। ୟୁକ୍ରେନର ବର୍ତମାନର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀ କଥା ହୋଇଛନ୍ତି । ଏହା ସହ ଋଷ ଓ ୟୁକ୍ରେନ୍ ମଧ୍ୟରେ ସିଧାସଳଖ ଦ୍ୱିପାକ୍ଷିକ ଆଲୋଚନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ଜେଲେନସ୍କିଙ୍କ ସହ କଥା ହେବାରୁ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ସହ ମଧ୍ୟ କଥା ହୋଇଛନ୍ତି। ପ୍ରାୟ ୫୦ ମିନିଟ ଧରି ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିବା ବେଳେ ୟୁକ୍ରେନର ବର୍ତ୍ତମାନ ପରିସ୍ଥିତି ଉପରେ ଆଲୋଚନା କରିଥିଲେ।ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଆଲୋଚନା ବାବଦରେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୂଚନା ଦେଇଥିବାବେଳେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ ଅନୁରୋଧ କରିଛନ୍ତି।

ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ବିବାଦର କୂଟନୀତିକ ସମାଧାନ ତୁରନ୍ତ ଆରମ୍ଭ କରିବାକୁ ମଧ୍ୟ ସେ ପୁଟିନଙ୍କୁ କହିଛନ୍ତି। ପୁଟିନ ତାଙ୍କୁ ବିବାଦର ସମାଧାନ ପାଇଁ ଚାଲିଥିବା ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଜଣାଇଥିଲେ। ଏହାପରେ ମୋଦି ତାଙ୍କୁ ସିଧାସଳଖ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେବାକୁ ପ୍ରସ୍ତାବ ଦେଇଛନ୍ତି। ଦୁଇ ନେତା ଏକାଠି କଥା ହେଲେ ସାମାଧାନର ବାଟ ନିଶ୍ଚିତ ଫିଟିବ ବୋଲି ମୋଦି ଫୋନ ଯୋଗେ ପୁଟିନଙ୍କୁ କହିଛନ୍ତି। ଏଥିସହ ୟୁକ୍ରେନରେ ଚାଲିଥିବା ଆକ୍ରମଣାତ୍ମକ ପରିସ୍ଥିତିକୁ ନେଇ ମୋଦି ଚିନ୍ତା ପ୍ରକଟ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.