ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୋଦୀଙ୍କ ବିରୋଧରେ ନିର୍ବାଚନ ଆୟୋଗରେ ଫେରାଦ ହୋଇ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଟିଏମସି

କୋଲକାତା : ଏପ୍ରିଲ ୧ରେ ପଶ୍ଚିମବଙ୍ଗରେ ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବ। ଆଜି ପ୍ରଚାରର ଅନ୍ତିମ ଦିନ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ଗସ୍ତରେ ମତୁଆ ସମୁଦାୟଙ୍କ ମନ୍ଦିର ଯିବା ଉପରେ ଆପତ୍ତି ଉଠାଇଛି ତୃଣମୂଳ କଂଗ୍ରେସ। ପଶ୍ଚିମବଙ୍ଗ ନିର୍ବାଚନ ଉପରେ ମୋଦୀଙ୍କ ବାଂଲାଦେଶ ଗସ୍ତର ପ୍ରଭାବ ପଡୁଥିବା ଆଶଙ୍କା କରୁଛି ଟିଏମସି । ଏନେଇ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ତ ହୋଇଛି ଦଳ ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ଗସ୍ତ ଅବସରରେ ଓରାକାଣ୍ଡିର ମତୁଆ ସମ୍ପ୍ରଦାୟ ମନ୍ଦିର ଦର୍ଶନକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି ତୃଣମୂଳ କଂଗ୍ରେସ । ଟିଏମସିର ଅଭିଯୋଗ ଅନୁଯାୟୀ, ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଟିଏମସି ।

ସୂଚନାଯୋଗ୍ୟ ମାର୍ଚ୍ଚ ୨୬ରେ ପ୍ରଧାନମନ୍ତ୍ରୀ ବାଂଲାଦେଶ ଗସ୍ତରେ ଥିଲେ । ଏହି ଅବସରରେ ସେ ମତୁଆ ସମ୍ପ୍ରଦାୟ ମନ୍ଦିର ଓରାକାଣ୍ଡିର ଦର୍ଶନ ମଧ୍ୟ କରିଥିଲେ । କେବଳ ଏତିକି ନୁହେଁ ପିଏମ ମୋଦୀ ମତୁଆ ସମ୍ପ୍ରଦାୟର ପ୍ରତିଷ୍ଠାତା ହରିଶ୍ଚନ୍ଦ୍ର ଠାକୁରଙ୍କ ଜନ୍ମ ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମତୁଆ ସମ୍ପ୍ରଦାୟର ବେଶ ଚର୍ଚ୍ଚା ରହିଛି । କାରଣ ଗଣତନ୍ତ୍ରର ଖେଳରେ ନମ୍ବର ଗେମ ବହୁତ ମହତ୍ବ ରଖେ । ଆଉ ଏହି ଅଙ୍କ ଖେଳ ମତୁଆ ସମ୍ପ୍ରଦାୟ ସହିତ ଜଡିତ । କାରଣ ପଶ୍ଚିମବଙ୍ଗରେ ମୋଟ ମତଦାତା ସଂଖ୍ୟାର ୧୭ ପ୍ରତିଶତ ହେଉଛି ମତୁଆ ସମ୍ପ୍ରଦାୟ । ଆଉ ଏହି ୧୭ ପ୍ରତିଶତ ଭୋଟ ସେୟାର ନିର୍ବାଚନୀ ଗଣିତରେ ମହତ୍ବ ରଖୁଥିବାରୁ ଏହି ସମ୍ପ୍ରଦାୟ ଉପରେ ବିଜେପିର ଫୋକସ ରହିଛି।

Leave A Reply

Your email address will not be published.