ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରାଗଲା ପ୍ରଥମ ଲତା ଦିନାନାଥ ମଙ୍ଗେସକର ପୁରସ୍କାର

ମୁମ୍ବାଇ: କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ସ୍ମୃତି ଓ ସମ୍ମାନାର୍ଥେ ପ୍ରତିଷ୍ଠା ହୋଇଥିବା ‘ଲତା ଦିନାନାଥ ମଙ୍ଗେସର ଆଓ୍ବାର୍ଡ’ରେ ସମ୍ମାନୀତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଲତାଙ୍କ ଦେହାନ୍ତ ପରେ ଘୋଷିତ ଏହି ଆଓ୍ବାର୍ଡରେ ସାମ୍ମାନିତ ହେବାରେ ପ୍ରଥମ ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।ମଙ୍ଗେସକର ପରିବାର ଏବଂ ମାଷ୍ଟର ଦିନାନାଥ ମଙ୍ଗେସକର ସ୍ମୃତି ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ଶୁଭାରମ୍ଭ କରାଯାଇଛି । ଦେଶ ତଥା ସମାଜ ପ୍ରତି ଅନୁକରଣୀୟ ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ ଏହି ପୁରସ୍କାରରେ ସମ୍ମାନିତ କରାଯିବ ।

ମୁମ୍ବାଇର ସମ୍ମୁଖାନନ୍ଦ ହଲରେ ମାଷ୍ଟର ଦିନାନାଥ ସ୍ମୃତି ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଲତାଙ୍କ ଭଉଣୀ ଆଶା ଭୋସଲେ ଓ ଭାଇ ହୃଦୟନାଥ ଦିନାନାଥଙ୍କ ଠାରୁ ଏହି ଆଓ୍ବାର୍ଡ ଗ୍ରହଣ କରିଛନ୍ତି । ଆଓ୍ବାର୍ଡ ଗ୍ରହଣ କରିବା ପରେ ଉପସ୍ଥିତ ସଦସ୍ୟଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ସଙ୍ଗୀତରେ ତାଙ୍କର କୌଣସି ଭୂମିକା ବା ଦକ୍ଷତା ନାହିଁ । କିନ୍ତୁ ସେ ଏତିକି ବୁଝନ୍ତି, ଯେ ସଙ୍ଗୀତ ଏକ ସାଧନା । ସଙ୍ଗୀତରେ ମଣିଷର ଭାବାବେଗ ଭରି ରହିଥାଏ । ସେହିପରି ଲତାଙ୍କୁ ନିଜ ବଡ ଭଉଣୀ ବୋଲି ସମ୍ବୋଧନ କରି ଏପରି ସାମାରୋହରେ ସାମିଲ ହେବା ଓ ଲତାଙ୍କ ନାମିତ ପୁରସ୍କାର ଗ୍ରହଣ କରିବା ତାଙ୍କ ପାଇଁ ଏକ କର୍ତ୍ତବ୍ୟ ଥିଲା ବୋଲି ମୋଦୀ କହିଥିଲେ ।ପ୍ରଧାନମନ୍ତ୍ରୀ ଏହି ଆଓ୍ବାର୍ଡକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି


ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଲତା ମଙ୍ଗେସକର ତାଙ୍କର ବଡ଼ ଭଉଣୀ। ପୀଢ଼ି ପରେ ପୀଢ଼ି ପ୍ରେମ ଏବଂ ଭାବନାର ଉପହାର ଦେଇଥିବା ଲତା ଦିଦିଙ୍କ ଠାରୁ ଜଣେ ବଡ଼ ଭଉଣୀ ପରି ମୁଁ ସର୍ବଦା ଅପାର ସ୍ନେହ ପାଇଛି, ଏହାଠାରୁ ଅଧିକ ସୌଭାଗ୍ୟର କଥା କଣ ହୋଇପାରେ । ଯେତେବେଳେ ପୁରସ୍କାର ଲତା ଦିଦିଙ୍କ ପରି ଜଣେ ବଡ଼ ଭଉଣୀଙ୍କ ନାମରେ ପ୍ରଦାନ କରାଯାଏ, ମୋ ପାଇଁ ଏହା ତାଙ୍କ ସମ୍ପୃକ୍ତି ଏବଂ ସ୍ନେହର ପ୍ରତୀକ ଅଟେ । ମୁଁ ଏହି ପୁରସ୍କାରକୁ ସମସ୍ତ ଦେଶବାସୀଙ୍କୁ ଉତ୍ସର୍ଗ କରୁଛି । ଯେପରି ଲତା ଦିଦି ଲୋକଙ୍କର ଥିଲେ, ସେହିଭଳି ତାଙ୍କ ନାମରେ ମୋତେ ଦିଆଯାଇଥିବା ଏହି ପୁରସ୍କାରଟି ଲୋକଙ୍କର ଅଟେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପୂର୍ବରୁ ମଧ୍ୟ ଭାରତକୁ ସ୍ୱର ଦେଇଥିବା ଲତା ମଙ୍ଗେଶକରଙ୍କ ସ୍ୱର ଦେଶର ୭୫ ବର୍ଷର ଯାତ୍ରା ସହିତ ଜଡିତ ରହିଛି। ସଂଗୀତ ପ୍ରତି ଅବଦାନ ପାଇଁ ଦେଶ ମଙ୍ଗେସକର ପରିବାର ପାଇଁ ଋଣୀ ବୋଲି ସେ କହିଛନ୍ତି।

Leave A Reply

Your email address will not be published.