ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଧାନମନ୍ତ୍ରୀଙ୍କ ବାଂଲାଦେଶ ଗସ୍ତ, ସମଗ୍ର ବିଶ୍ଵକୁ କରୋନା ମହାମାରୀରୁ ମୁକ୍ତି ଲାଗି କାଳୀ ମନ୍ଦିରରେ ପୂଜାର୍ଚ୍ଚନା

ଢାକା: ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ଅନ୍ତିମ ଦିନରେ ଅର୍ଥାତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଢାକାର ଜୋଶେରେଶ୍ୱରୀ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ମନ୍ଦିର ହିନ୍ଦୁ ବିଶେଷକରି ପଶ୍ଚିମବଙ୍ଗର ହିନ୍ଦୁଙ୍କ ପାଇଁ ଗୁରୁତ୍ୱ ରଖେ । ଏହା ୫୧ ଶକ୍ତିପୀଠ ମଧ୍ୟରୁ ଗୋଟିଏ ।

ପୂଜାର୍ଚ୍ଚନା ପରେ ସେ କହିଥିଲେ ଯେ, କାଳୀଙ୍କ ଦର୍ଶନ ପାଇଁ ସୁଯୋଗ ମିଳିଥିବାରୁ ମୁଁ ଧନ୍ୟ ମନେ କରୁଛି । କରୋନାରୁ ଦୁନିଆକୁ ମୁକ୍ତି ଦେବା ପାଇଁ ମା’ କାଳୀଙ୍କୁ ପ୍ରାର୍ଥନା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କାଳୀ ମନ୍ଦିରରେ ଏକ କମ୍ୟୁନିଟି ହଲ ନିର୍ମାଣରେ ଭାରତ ସହଯୋଗ କରିବ ବୋଲି ସେ କହିଛନ୍ତି । ଏହି କମ୍ୟୁନିଟି ହଲ ଦ୍ୱାରା ଭକ୍ତ ଉପକୃତ ହେବା ସହ ବାତ୍ୟା ସମୟରେ ଏହା ଆଶ୍ରୟସ୍ଥଳୀ ଭାବେ କାର୍ଯ୍ଯ କରିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କାଳୀ ମନ୍ଦିରର ପୂଜା କରିବା ପରେ ବଙ୍ଗବନ୍ଧୁ ମୁଜିବୁର ରହମନଙ୍କ ସମାଧୀସ୍ଥଳକୁ ଯାଇଥିଲେ । ସେଠାରେ ସେ ବୃକ୍ଷରୋପଣ କରିଥିଲେ । ଏହି ସମୟରେ ବଂଲାଦେଶ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆଜି ଓରାକାଣ୍ଡି ସ୍ଥିତ ମତୁଆ ସମ୍ପ୍ରଦାୟର ମନ୍ଦିରକୁ ଦର୍ଶନ ପାଇଁ ଯିବେ । ଓରାକାଣ୍ଡି ହେଉଛି ସେହି ସ୍ଥାନ ଯେଉଁଠାରେ ମତୁଆ ସମ୍ପ୍ରଦାୟର ପ୍ରତିଷ୍ଠାତା ହରିଶ୍ଚନ୍ଦ୍ର ଠାକୁରଙ୍କ ଜନ୍ମ ହୋଇଥିଲା । ପଶ୍ଚିମବଙ୍ଗରେ ନିର୍ବାଚନ ହେଉଥିବା ବେଳେ ଏହା ରାଜନୈତିକ ଦୃଷ୍ଟିକୋଣରୁ ବେସ ଗୁରୁତ୍ୱ ରଖେ । କାରଣ ଦେଶ ବିଭାଜନ ପରେ ମତୁଆ ସମ୍ପ୍ରଦାୟର ଅନେକ ଭାରତ ଚାଲି ଆସିଥିଲେ । ମତୁଆ ସମ୍ପ୍ରଦାୟର ଭୋଟ ପଶ୍ଚିମବଙ୍ଗରେ ଗୁରୁତ୍ୱ ରଖିଥାଏ।

Leave A Reply

Your email address will not be published.