ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ ଖୋଲିଲା ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଆଉ ଏକ ବଡ଼ ଯୋଜନା । ଦେଶର ଖୋଲିଲା ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ବା ଡିବିୟୁ । ଭିଡିଓ କନଫରେନସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଦଘାଟନ ଅବସରରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ଅଛନ୍ତି । ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆହୁରି ବ୍ୟାପକ କରିବାକୁ ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଉଛି ।

ଡିଜିଟାଲ୍ ଇଣ୍ଡିଆ ସହ ଗ୍ରାମାଞ୍ଚଳକୁ ଯୋଡ଼ିବାକୁ ପ୍ରୟାସ କରାଯାଇଛି । ୧୧ ରାଷ୍ଟ୍ରାୟତ ବ୍ୟାଙ୍କ, ୧୨ ବେସରକାରୀ ବ୍ୟାଙ୍କ ଓ ଗୋଟିଏ କ୍ଷୁଦ୍ର ବାଣିଜ୍ୟିକ ବ୍ୟାଙ୍କ ଏହି ପ୍ରୟାସରେ ସାମିଲ ହୋଇଛନ୍ତି । ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟରେ ସଂଚୟ ଖାତା, ବାଲାନ୍ସ ଚେକ୍, ଫଣ୍ଡ ଟ୍ରାନ୍ସଫର, ଋଣ ଆବେଦନପତ୍ର ଆଦି ବିଭିନ୍ନ ବ୍ୟାଙ୍କିଙ୍ଗ ସୁବିଧା ଗ୍ରାହକମାନଙ୍କୁ ପ୍ରଦାନ କରାଯିବ ।

Leave A Reply

Your email address will not be published.