ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦ୍ୱିତୀୟ ଥର ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ହେଲେ ଇମାନୁଏଲ୍ ମାକ୍ରୋନ, ବନ୍ଧୁଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରୋନ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି । ମାକ୍ରୋନଙ୍କୁ ୫୮.୨ ପ୍ରତିଶତ ଭୋଟ୍ ମିଳିଛି । ସେ ମରିନ୍ ଲେ ପେନଙ୍କୁ ପରାସ୍ତ କରି ଲଗାତର ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ବିଭିନ୍ନ ଓପିନିଅନ ପୋଲରେ ମାକ୍ରୋନଙ୍କୁ ୫୭ରୁ ୫୮ ପ୍ରତିଶତ ଭୋଟ୍ ମିଳିବ ବୋଲି କୁହାଯାଉଥିଲା । ଯାହା ସଠିକ୍ ସାବ୍ୟସ୍ତ ହୋଇଛି ।

ଗତ ନିର୍ବାଚନ ତୁଳନାରେ ଏଥର କମ୍ ମତଦାନ ହୋଇଥିଲା। ବିଜୟ ପରେ ମାକ୍ରନ୍ କହିଛନ୍ତି ଯେ, ବର୍ତ୍ତମାନର ଜଟିଳ ସମୟରେ ଏକ ସୁଦୃଢ଼ ୟୁରୋପ ପାଇଁ ସେ ତାଙ୍କ କାମ ଜାରି ରଖିବେ। ଅନ୍ୟପକ୍ଷରେ ଲି ପେନ୍ ତାଙ୍କ ପରାଜୟ ସ୍ବୀକାର କରିଛନ୍ତି। ୟୁକ୍ରେନ୍ ସଙ୍କଟ ନେଇ ମାକ୍ରନଙ୍କ ନୀତିକୁ ଦେଶର ଯୁବ ବର୍ଗ ସମର୍ଥନ କରିଛନ୍ତି । ଯାହା ଭୋଟରେ ପ୍ରତିଫଳିତ ହୋଇଛି । ୨୦୧୭ ନିର୍ବାଚନରେ ଏହି ଦୁଇ ପ୍ରତିଦ୍ୱନ୍ଦୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ । ଏବଂ ଫଳ ସମାନ ଥଲା ।

୪୪ ବର୍ଷିୟ ରାଷ୍ଟ୍ରପତି ମାକ୍ରନ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି, ଯିଏ ୨୦୦୨ ପରେ ଲଗାତାର ଦ୍ୱତୀୟ ଥର ପାଇଁ ବିଜୟୀ ହୋଇଛନ୍ତି ।ଅନ୍ୟପଟେ ହାରିବା ପରେ ଲେ ପେନ ପ୍ରତିପକ୍ଷଙ୍କୁ ଟାର୍ଗେଟ କରି କହିଛନ୍ତି, ବିଜୟୀ ନେତାଙ୍କ ସହ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଅତି ଘନିଷ୍ଠ ସମ୍ପର୍କ ରହିଛି । ସେ ଫ୍ରାନ୍ସ ସରକାରକୁ ଆମେରିକାର ଡୋଲାଡ ଟ୍ରମ୍ପ ଏବଂ ବ୍ରିଟେନର ବ୍ରେକ୍ସିଟ୍ ସରକାର ସହ ତୁଳନା କରିଛନ୍ତି ।


ସେପଟେ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଇମ୍ମାନୁଏଲ୍‌ ମାକ୍ରୋନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ ବନ୍ଧୁ ଇମ୍ମାନୁଏଲ୍‌ ମାକ୍ରୋନ୍‌। ଭାରତ-ଫ୍ରାନ୍‌ସ୍‌ ସାମରିକ ଭାଗିଦାରିତା ସୁଦୃଢ଼ କରିବା ଲାଗି ଏକତ୍ର କାର୍ୟ୍ୟ ଚାଲୁ ରଖିବା ପାଇଁ ଆଶା କରୁଛି।

Leave A Reply

Your email address will not be published.