ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟ, କହିଲେ -କ୍ଷମତାକୁ ଫେରିବାକୁ ଚାଲିଛି ଯାତ୍ରା

ନୂଆଦିଲ୍ଲୀ : ଗୁଜରାଟ ନିର୍ବାଚନୀ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ସଭାସ୍ଥଳରୁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କଂଗ୍ରେସନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡୋ ଯାତ୍ରାକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,ଯେଉଁମାନେ କ୍ଷମତାରୁ ବିଦା ହୋଇଛନ୍ତି, ସେମାନେ ଏହି ଯାତ୍ରା କରି ପୁଣି ଥରେ କ୍ଷମତାକୁ ଫେରିବାକୁ ଚାହୁଁଛନ୍ତି।।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ସୁରେନ୍ଦ୍ରନଗର ଜିଲ୍ଲାରେ ଧ୍ରାଙ୍ଗଧରାରେ ଏକ ଜନସଭାକୁ ସମ୍ୱୋଧିତ କରିବା ସହମୟରେ ରାହୁଲ ଗାନ୍ଧୀଙ୍କ ନାଁ ନନେଇ ମୋଦୀ କହିଥିଲେ ଯେଉଁ ଲୋକଙ୍କୁ ଜନତା କ୍ଷମତାରୁ ବାହାର କରିଥିଲେ, ଏବେ ସେମାନେ କ୍ଷମତାକୁ ଆସିବା ପାଇଁ ଯାତ୍ରା ବାହାର କରୁଛନ୍ତି। ଏହା ପଦ ଯାତ୍ରା ନୁହେଁ, ବରଂ ପଦ ପାଇଁ ଯାତ୍ରା ଅଟେ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ମୋଦୀକୁ ତାର ଔକାତ ଦେଖାଇବ ବୋଲି ନାରା ଦେଉଛି । ଆପଣ(କଂଗ୍ରେସ) ଏକ ରାଜ ପରିବାରର ଦଳ ଏବଂ ମୁଁ ଗୋଟିଏ ସାଧାରଣ ଘରର ପୁଅ । ଆପଣ (କଂଗ୍ରେସ) ମୋତେ ପ୍ରଥମେ ମୃତ୍ୟୁର ସୌଦାଗର, ନାଳର ପୋକ ଏବଂ ନୀଚ ପରି ନାଁରେ ଡାକିଥିଲ କିନ୍ତୁ ଏବେ ଔକାତର ଖେଳରୁ ହଟି ଗତ ଦୁଇ ଦଶନ୍ଧିରେ ଗୁଜରାଟରେ ବିଜେପିର ବିକାଶ କାର୍ଯ୍ୟ ଉପରେ ଚର୍ଚ୍ଚା କରିବାକୁ ପଡିବ’ ।

କିଛି ଲୋକ ଏହି ରାଜ୍ୟର ଲୁଣ ଖାଇ ଗୁଜରାଟ ସହ ଦୁର୍ବ୍ୟବହାର କରୁଛନ୍ତି। ଗୁଜରାଟ ଦେଶର ୮୦ ପ୍ରତିଶତ ଲୁଣ ଉତ୍ପାଦନ କରୁଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେଉଁମାନେ ଦୀର୍ଘ ସମୟ ଧରି ସିଂହାସନରେ ବସିଥିଲେ ସେମାନେ କ୍ଷମତାକୁ ଫେରିବା ପାଇଁ ଯାତ୍ରା କରୁଛନ୍ତି। ସେମାନେ ଏହା କରିପାରିବେ । କିନ୍ତୁ ୪୦ ବର୍ଷ ଧରି ନର୍ମଦା ଡ୍ୟାମ୍ ପ୍ରକଳ୍ପକୁ ଅଟକାଇଥିବା ଲୋକଙ୍କ ସହିତ ସେମାନେ ବୁଲୁଛନ୍ତି। ଏହି ତେରଛାବାଣ ମାଧ୍ୟରେ ସେ ସିଧାସଲଖ ମେଧାପାଟକରଙ୍କୁ ନିଶାନା କରିଛନ୍ତି। କାରଣ ନର୍ମଦା ଡ୍ୟାମ୍ ପ୍ରକଳ୍ପ ଆନ୍ଦୋଳନରେ ମେଧା ପାର୍ଟକର ପ୍ରମୁଖ ଭୂମିକା ନିଭାଇ ଥିଲା। ସେ ଏବେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ଅଛନ୍ତି। ୪୦ ବର୍ଷ ଧରି ନର୍ମଦା ଡ୍ୟାମ ପ୍ରକଳ୍ପକୁ ଅଟକାଇଥିବା ଲୋକଙ୍କୁ ଗୁଜରାଟର ଲୋକମାନେ ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଥିବା ମୋଦୀ କହିଛନ୍ତି ।

Leave A Reply

Your email address will not be published.