ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୁଲାଇ ୨୦ରୁ ଆରମ୍ଭ ହେବ +୨ ନାମଲେଖା ପାଇଁ ଆବେଦନ, ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୦ରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆରମ୍ଭ ହେବ ଆବେଦନ । ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ ଆବେଦନ ପ୍ରକ୍ରିୟା । ସାମ୍‌ସ ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ୱେବସାଇଟ୍ ରେ ଉପଲବ୍ଧ ହେବ ସମସ୍ତ ତଥ୍ୟ । ତେବେ ସିବିଏସ୍‌ସି ଓ ଆଇସିଏସ୍ଇ ରେଜଲ୍ଟ ବାହାରିନଥିବାରୁ ଆବେଦନ ତାରିଖ ବଢ଼ିପାରେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୬ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି। ଏ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍‌ କରିଥିଲେ ।

Leave A Reply

Your email address will not be published.