ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବଢିଲା +2 ନାମଲେଖା ଅବଧି

ଭୁବନେଶ୍ବର: ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅନୁମୋଦନ କ୍ରମେ ଯୁକ୍ତ ୨ ନାମଲେଖା ନିମନ୍ତେ ପରିବର୍ତ୍ତି କାର୍ଯ୍ଯସୂଚୀ ପ୍ରସ୍ତୁତ ହୋଇଛି।
ନୂତନ ସୂଚନା ଅନୁଯାୟୀ, ଯୁକ୍ତ ୨ ପ୍ରଥମ ପ୍ରର୍ଯ୍ଯାୟ ନାମଲେଖା ତାରିଖ ଅଗଷ୍ଟ ୧୯କୁ ୨୫ ତାରିଖ ସ୍ଥିର କରାଯାଇଥିବା ବେଳେ ଏହା ଅଗଷ୍ଟ ୩୦ ତାରିଖକୁ ବୃଦ୍ଧି କରାଯାଇଛି। ସେହିପରି ଦ୍ବିତୀୟ ପର୍ଯ୍ଯାୟ ନାମଲେଖା ଅବଧି ସେପ୍ଟେମ୍ବର ୫ରୁ ୭ ତାରିଖ ଥିବାବେଳେ ତାହା ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ଯନ୍ତ ଘୁଞ୍ଚାଇ ଦିଆଯାଇଛି। ତତକାଳ ନାମଲେଖା ( ସ୍ପଟ୍ ସିଲେକସନ) ର ଅବଧି ସେପ୍ଟେମ୍ବର ୧୫ ଓ ୧୬ ତାରିଖ ରଖାଯାଇଥିଲା। ବିଭିନ୍ନ ମହାବିଦ୍ୟାଳୟରେ ଏବେ ଏହି ତତକାଳ ନାମଲେଖା ସେପ୍ଟେମ୍ବର ୧୭ରୁ ୨୦ ତାରିଖ ମଧ୍ଯରେ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।