ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ୍‌-୧୪ ପାଇଁ ଆଜି ଖେଳାଳି ନିଲାମ, ଅକ୍ସନରେ ସାମିଲ ଅଛନ୍ତି ମ୍ୟାକ୍ସୱେଲ, ଷ୍ଟିଭେନ ସ୍ମିଥ୍‌ଙ୍କ ଭଳି ଖେଳାଳି

ନୂଆଦିଲ୍ଲୀ : ଆଇପିଏଲ୍‌-୧୪ ପାଇଁ ଆଜି ଚେନ୍ନାଇରେ ଆରମ୍ଭ ହବେ ଖେଳାଳି ନିଲାମ । ଏହି ଖେଳାଳି ନିଲାମ ପ୍ରକ୍ରିୟାରେ ଖେଳାଳି ବିକ୍ରି ହେବେ । ବିଭିନ୍ନ ଫ୍ରାଞ୍ଚିାଇଜମାନେ ନିଜ ମନମୁତାବକ ଖେଳାଳି ନିଜ ନିଜ ଦଳ ପାଇଁ କିଣିବେ। ଏଥିପାଇଁ ମୋଟ୍‌ ୨୯୨ ଜଣ ଖେଳାଳିଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଯେଉଁଥିରେ ୧୬୪ ଜଣ ଭାରତୀୟ ଓ ୧୨୫ ଜଣ ବିଦେଶୀ ଖେଳାଳି ଅକ୍ସନରେ ସାମିଲ ହେବେ।

ଅପରାହ୍ନ ୩ ଟାରେ ଚେନ୍ନାଇରେ ଏହି ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ।ନିଲାମ ପାଇଁ ବିସିସିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୋର୍ଡ ପକ୍ଷରୁ କିଛି ଅନ୍ତର୍ଜାତୀୟ ଖେଳାଳିଙ୍କର ବେସ ପ୍ରାଇସକୁ ୫ଟି ବର୍ଗରେ ନିର୍ଦ୍ଧାରଣ କରାଯାଇଛି । ଯଥା- ୨ କୋଟି, ୧.୫ କୋଟି, ୧ କୋଟି, ୭୫ ଲକ୍ଷ ଓ ୫୦ ଲକ୍ଷ । ୧୦ ଜଣ ଖେଳାଳିଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ହରଭଜନ ସିଂ, କେଦାର ଯାଦବ, ଗ୍ଲେନ ମ୍ୟାକ୍ସୱେଲ, ଷ୍ଟିଭେନ ସ୍ମିଥ୍‌, ସାକିବ ଅଲ ହାସନ, ଜାସନ ରୟ ଏବଂ ମାର୍କ ଉଡଙ୍କ ଭଳି ଖେଳାଳି । ସେମିତି ୧.୫ କୋଟି ବେସ୍ ପ୍ରାଇସ ତାଲିକାରେ କୌଣସି ଭାରତୀୟ ନାହାନ୍ତି । ଏହି ତାଲିକାରେ ୧୨ ଜଣ ରହିଛନ୍ତି । ବଡ଼ ଖେଳାଳି ଏଥର ନଜରରେ ରହିବେ ।

୧ କୋଟି ତାଲିକାରେ ହନୁମା ବିହାରୀ ଓ ଉମେଶ ଯାଦବଙ୍କ ସହ ୯ ଜଣ ବିଦେଶୀ ଅଛନ୍ତି । ୭୫ ଲକ୍ଷ ବେସ୍ ପ୍ରାଇସ୍ ତାଲିକାରେ କେବଳ ୧୫ ଜଣ ବିଦେଶୀ ଏବଂ ୫୦ ଲକ୍ଷ ତାଲିକାରେ ମୋଟ୍‌ ୬୫ ଜଣ (୧୩ ଭାରତୀୟ, ୫୨ ବିଦେଶୀ) ଖେଳାଳିଙ୍କୁ ସାମିଲ କରାଯାଇଛି । ଅବଶିଷ୍ଟ ଖେଳାଳିଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି । ଏହି ନିଲାମି ପାଇଁ କିଙ୍ଗ୍‌ସ ଏକାଦଶ ପଞ୍ଜାବ ପାଖରେ ହିଁ ସର୍ବାଧିକ ୫୩.୨୦ କୋଟି ଟଙ୍କା ରହିଛି।ନିଲାମୀରେ ଏଥର ଓଡ଼ିଶାରୁ ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି ସାମିଲ ହୋଇଛନ୍ତି । ଉଭୟଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି ।

Leave A Reply

Your email address will not be published.