ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୪ ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ, ୨୦୨୪ ମାର୍ଚ୍ଚ ସୁଦ୍ଧା ମାଲକାନଗିରିକୁ ବିମାନ ଉଡିବ

ଭୁବନେଶ୍ବର : ରାଜ୍ୟ ମୁଖ୍ୟ ଶାସନ ସଚିବ ସୁୁରେଶ ଚନ୍ଦ୍ର ମହାପାତ୍ର ଆଜିଠାରୁ ୪ ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସେ ପ୍ରଥମ ଦିନରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତିି। ମୁଖ୍ୟ ସଚିବଙ୍କ ଏହି ଗସ୍ତରେ ଜିଲ୍ଲାର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ ଶେଷ କରିବା ପରେ କ୍ଷେତ୍ର ପରିଦର୍ଶନରେ ଯାଇ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିଛନ୍ତି।ସମୀକ୍ଷା ବୈଠକରେ ସଡ଼କ ଯୋଗାଯୋଗ, ପାନୀୟ ଜଳ, କୃଷି, ଉଦ୍ୟାନ କୃଷି, ସାମାଜିକ ସୁରକ୍ଷା ଓ କୃଷିଉଦ୍ୟୋଗକୁ ପ୍ରୋତ୍ସାହନ ଆଦି ପ୍ରସଙ୍ଗ ଉପରେ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି ।

ଏହି ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ୨୦୨୪ ମସିହା ମାର୍ଚ୍ଚ ସୁଦ୍ଧା ମାଲକାନଗିରିକୁ ବିମାନ ଉଡିବ। ଏୟାର ଷ୍ଟ୍ରିପ୍ ଲାଗି ଜମି ଓ ଜଙ୍ଗଲ ଅଧିଗ୍ରହଣ ସରିଛି। ଖୁବ ଶୀଘ୍ର ଟେଣ୍ଡର ଆହ୍ବାନ କରିବ ପୁର୍ତ୍ତ ବିଭାଗ। ମୁଖ୍ୟ ଶାସନ ସଚିବ ଆସନ୍ତାକାଲି ସ୍ବାଭିମାନ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ସହ ବୋର୍ଡ ଅଫ ରେଭନ୍ୟୁ ସଦସ୍ୟ ଜିଭିଭି ଶର୍ମା ମଧ୍ୟ ଗସ୍ତ କରିଛନ୍ତି ।

Leave A Reply

Your email address will not be published.