ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନେପାଳରେ ନିଖୋଜ ବିମାନର ଧ୍ବଂସାବଶେଷ ଠାବ, ବିମାନରେ ଥିଲେ ୪ ଓଡ଼ିଆ

କାଠମାଣ୍ଡୁ: ନେପାଳରେ ନିଖୋଜ ବିମାନର ଧ୍ବଂସାବଶେଷ ଠାବ ନେଇ ନେପାଳ ଆର୍ମି ସୂଚନା ଦେଇଛନ୍ତି। ବିମାନର ଧ୍ବଂସାବଶେଷ କୋଓ୍ବାଙ୍ଗରେ ସନ୍ଧାନ ମିଳିଥିବା କୁହାଯାଇଛି। ବିମାନରେ ୨୨ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ସେମାନଙ୍କ ମଧ୍ୟରେ ଭୁବନେଶ୍ବରର ଅଶୋକ ତ୍ରିପାଠୀ ଏବଂ ତାଙ୍କ ପରିବାର ଥିବା କୁହାଯାଇଛି। ଭୁବନେଶ୍ବର ଜୟଦେବ ବିହାର ଅନ୍ତର୍ଗତ ଗଙ୍ଗାଧର ନଗର ନିବାସୀ ଅଶୋକଙ୍କ କେୟାର ଟେକର କହିଛନ୍ତି ଅଶୋକ ଗତ ୨୬ ତାରିଖରେ ପତ୍ନୀଙ୍କୁ ସାକ୍ଷାତ କରିବା ଲାଗି ମୁମ୍ବାଇ ଯାଇଥିଲେ।

ସେଠାରୁ ପରିବାରର ଅନ୍ୟ ସଦସ୍ୟ ଧନୁଷ ତ୍ରିପାଠୀ, ଋତିକା ତ୍ରିପାଠୀ ଓ ବୈଭବୀ ତ୍ରିପାଠୀଙ୍କ ସହ ସେମାନେ ଯାଇଥିଲେ ନେପାଳ । ମାତ୍ର ସେମାନଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ତାରା ଏୟାର ନାଇନ ଏନଏଇଟି ଟ୍ବିନ ଇଞ୍ଜିନ ଟୁରିଷ୍ଟ ବିମାନଟି ପୋଖରାରୁ ଜମସନ ଅଭିମୁଖେ ଯାତ୍ରା ଆରମ୍ଭ କଲା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ମାଉଣ୍ଟ ଧଉଳଗିରି ଅଭିମୁଖେ ଗଲା ପରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ନିଖୋଜ ବିମାନର ସନ୍ଧାନ ଲାଗି ନେପାଳ ସେନାର MI-୧୭ ହେଲିକପ୍ଟର ନିୟୋଜିତ କରାଯାଇଥିଲା ।

Leave A Reply

Your email address will not be published.