ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିତୃପକ୍ଷରେ କରନ୍ତୁ ଏହି ଉପାୟ, ମିଳିବ ପିତୃପୁରୁଷଙ୍କଠାରୁ ଆଶୀର୍ବାଦ

ଆଶ୍ବିନ କୃଷ୍ଣ ପ୍ରତିପଦାଠାରୁ ପିତୃପକ୍ଷ ଆରମ୍ଭ ହୋଇଯାଇଛି। ଏହି ପକ୍ଷରେ ପିତୃପରିଜନମାନେ ମର୍ତ୍ତ୍ୟଲୋକକୁ ଆସିଥାନ୍ତି ବୋଲି ବିଶ୍ବାସ କରାଯାଏ। ତେଣୁ ସେମାନଙ୍କ ଉଦ୍ଦେଶ୍ୟରେ ତର୍ପଣ, ପିଣ୍ଡଦାନ ଓ ଶ୍ରାଦ୍ଧ କରାଯାଏ। ଏହା ଦ୍ବାରା ପିତୃପୁରୁଷଙ୍କଠାରୁ ଆଶୀର୍ବାଦ ମିଳିଥାଏ। ତେବେ ଏହି ସମୟରେ କିଛି କାର୍ଯ୍ୟ କରଣୀୟ ଓ ଆଉ କିଛି ବର୍ଜନୀୟ ରହିଛି, ଜାଣିବା ସେ ସମ୍ପର୍କରେ…।

ପ୍ରତିଦିନ କରନ୍ତୁ ଏହି କାମ

  • ପିତୃପକ୍ଷର ପ୍ରତ୍ୟେକ ଦିନ ସକାଳେ ଘରର ମୁଖ୍ୟ ଦ୍ବାରରେ ଜଳ ପ୍ରଦାନ କରନ୍ତୁ।
  • ସନ୍ଧ୍ୟା ସମୟରେ ଦକ୍ଷିଣ ଦିଗରେ ଦୀପ ଲଗାନ୍ତୁ।
  • ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଘରର ମୁଖ୍ୟ ଦ୍ବାରକୁ ସବୁବେଳେ ସଫା ରଖନ୍ତୁ।

ଏହି ସବୁ କରିବା ମନା

  • ପିତୃପକ୍ଷରେ କେଶ କାଟନ୍ତୁ ନାହିଁ।
  • କୌଣସି ଶୁଭ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ। ଏଭଳି କରିବା ଦ୍ବାରା ପିତୃମାନଙ୍କ କୋପ ଦୃଷ୍ଟି ପଡ଼ିଥାଏ ବୋଲି ବିଶ୍ବାସ ଅଛି।
  • ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରାହ୍ମଣଙ୍କ ଭୋଜନ କରାନ୍ତୁ।
  • ପଶୁପକ୍ଷୀଙ୍କୁ ଅନ୍ନ ଜଳ ଦେଲେ ବିଶେଷ ଲାଭ ହୋଇଥାଏ। ଏହାଦ୍ବାରା ପିତୃଗଣ ସନ୍ତୁଷ୍ଟ ହୋଇଥାନ୍ତି।
Leave A Reply

Your email address will not be published.