ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିପିଲି ଭୋଟ୍‌ ଗଣତି : ୯୨୪ ପୋଷ୍ଟାଲ ବାଲଟ୍ରୁ ବିଜେଡିକୁ ସର୍ବାଧିକ ୫୭୨ ଭୋଟ୍

ଭୁବନେଶ୍ବର : ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଗଣତିରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପ୍ରତି ରାଉଣ୍ଡ ଭୋଟ୍ ଗଣତିରେ ବଢ଼ୁଛି ବିଜେଡିର ଭୋଟ୍ ବ୍ୟବଧ୍ୟାନ । ତେବେ ଏହାରି ମଧ୍ୟରେ ପୋଷ୍ଟାଲ ବାଲଟ୍ ଗଣତିର ଫଳାଫଳ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ମୋଟ ୯୨୪ ପୋଷ୍ଟାଲ ବାଲଟ୍ ଭିତରୁ ବିଜେଡିକୁ ସର୍ବାଧିକ ୫୭୨ ଖଣ୍ଡ ଭୋଟ୍ ମିଳିଛି। ଅପରପକ୍ଷରେ ବିଜେପିକୁ ୨୭୧, କଂଗ୍ରେସକୁ ୨୪, ସ୍ବାଧିନ ୩ ଟି  ଭୋଟ୍ ମିଳିଛି। ଏହାଛଡ଼ା ୫୪ ଖଣ୍ଡ ଭୋଟ୍ ନାକଚ ହୋଇଛି।

ପୁରୀ ପେଣ୍ଠକଟା ଗଣତି କେନ୍ଦ୍ରରେ ଦୁଇଟି ହଲରେ ଇଭିଏମ୍ ବାଲଟ୍ ଗଣତି ଚାଲିଛି। ଇଭିଏମ୍ ପାଇଁ ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ୍ ପଡ଼ିଛି। ସେହି ହିସାବରେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିଛି। ଭୋଟ୍ ଗଣତି କରିବାକୁ ୬୨ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି ଟେବୁଲ୍ ନିକଟରେ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଟ ରହିଛନ୍ତି।

Leave A Reply

Your email address will not be published.