ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲକଡାଉନ୍ ଭିତରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର: ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ମେ’ ୫ ତାରିଖରୁ ଲାଗୁ ହେବ । ଲକଡାଉନ୍ ଭିତରେ ପିପିଲି ଉପନିର୍ବାଚନ ଲାଗି ମତଦାନ ହେବ । ଏସଆରସିଙ୍କ ପକ୍ଷରୁ ଜାରି ଗାଇଡଲାଇନରେ ପିପିଲି ଉପନିର୍ବାଚନକୁ ଅନୁମତି ଦିଆଯାଇଛି । ଆସନ୍ତା ୧୬ ତାରିଖରେ ରବିବାର ପିପିଲିରେ ଭୋଟ୍ ଗ୍ରହଣ କରାଯିବ । ରବିବାର ସଟଡାଉନରେ ମତଦାନ କରାଯିବ ।

ପିପିଲି ଉପନିର୍ବାଚନ ସହ ଜଡ଼ିତ ବ୍ୟକ୍ତି, ଅଧିକାରୀଙ୍କ ଉପରେ କଟକଣା ରହିବ ନାହିଁ । ଏଥିସହ ନିର୍ବାଚନ ଟ୍ରେନିଂ, ପୋଲିଂ ଷ୍ଟେସନ, ନିର୍ବାଚନ ସାମଗ୍ରୀ ପରିବହନ ଜାରି ରହିବ । ଭୋଟ୍ ଦିନ ପ୍ରାର୍ଥୀ, କାଉଣ୍ଟିଂ ଏଜେଣ୍ଟ ଏବଂ ମତଦାତାଙ୍କ ଉପରେ କୌଣସି କଟକଣା ରହିବ ନାହିଁ । ସମସ୍ତ କୋଭିଡ୍ ଗାଇଡଲାଇନ୍ ମାନି ମତଦାନ କରାଯିବ ।

Leave A Reply

Your email address will not be published.