ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିପିଲି ଉପନିର୍ବାଚନ: ପୋଷ୍ଟାଲ ବାଲାଟ ମାଧ୍ୟମରେ ଆରମ୍ଭ ହେଲା ଭୋଟ୍ ଗ୍ରହଣ

ପିପିଲି: ପିପିଲି ବିଧାନସଭା ଉପ ନିର୍ବାଚନ ଲାଗି ୧୭ ତାରିଖରେ ମତଦାନ ହେବ। ନିର୍ବାଚନ ମଣ୍ଡଳୀରେ ୮ ହଜାର ୨୧୨ ଜଣ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଓ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୦୭୭ ଜଣ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ଡେଲାଙ୍ଗରେ ୭୧୨ ଓ ପିପିଲିରେ ୩୬୫ ଜଣ ରହିଛନ୍ତି। ୮୦ ବର୍ଷରୁ ଊର୍ଦ୍ଧ୍ୱ ୯୦୯ ଜଣ ଓ ୧୬୮ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି ।

୧୦୭୭ ଜଣ ମଧ୍ୟରୁ ୧୦୫୨ ଜଣ ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ୍ ଦାନ କରିଛନ୍ତି । ସୁରକ୍ଷା ବଳୟ ଓ ସିଲ୍ ମଧ୍ୟରେ ଏହି ପୋଷ୍ଟାଲ ବାଲଟ୍ ଜିଲ୍ଲା ଟ୍ରେଜେରୀରେ ସଂରକ୍ଷିତ କରି ରଖାଯାଇଛି । ୧୬ ତାରିଖ ଦିନ ଏହା ଷ୍ଟ୍ରଙ୍ଗ ରୁମକୁ ଯିବ । ଏନେଇ ପୁରୀ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.