ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିପିଲି ଭୋଟ୍‌ ଗଣତି : ୧୯ତମ ରାଉଣ୍ଡ ସୁଦ୍ଧା ୨୦ ହଜାରରୁ ଉର୍ଦ୍ଧ୍ବ ଭୋଟ୍‌ରେ ଆଗୁଆ ବିଜେଡି

ଭୁବନେଶ୍ବର : ପିପିଲିରେ ବୃହତ ବିଜୟ ଆଡେ ଅଗ୍ରସର ହେଉଛି ବିଜେଡି। ୧୯ ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥି ରୁଦ୍ର ପ୍ରତାପ ମହାରଥୀ ୨୦ ହଜାର ୬୦୮ ଭୋଟରେ ଆଗୁଆ ଅଛନ୍ତି। ୧୯ ତମ ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ରପ୍ରତାପ ମୋଟ୍‌ ୭୪ ହଜାର ୪୯୮ ଭୋଟ୍ ପାଇଥିବା ବେଳେ ଆଶ୍ରିତ ପାଇଛନ୍ତି ୫୩ ହଜାର ୮୯୦ । ଅନ୍ୟପଟେ କଂଗ୍ରେସ ମାତ୍ର ୩ ହଜାର ୫୪୧ ଖଣ୍ଡ ଭୋଟ୍ ପାଇଛି ।

ତେବେ ୧୯ତମ ରାଉଣ୍ଡ ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ୩୨୩୨ ଖଣ୍ଡ ଭୋଟ ହାତେଇବା ସହ ପ୍ରଥମ ଥର ପାଇଁ ୧୪୩ ଖଣ୍ଡ ଭୋଟ ଆଗରେ ରହିଛନ୍ତି । ୧୯ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୩୦୮୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସକୁ ମିଳିଛି ମାତ୍ର ୬୭ ଖଣ୍ଡ ଭୋଟ । ୧୯ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୦୬୦୮ ଖଣ୍ଡ ଭୋଟ ଆଗରେ ରହିଛି । ଆଉ ହାତରେ ମାତ୍ର ୫ ରାଉଣ୍ଡ ଭୋଟ ଗଣତି ବାକି ଥିବା ବେଳେ ବିଜେଡି ବୃହତ ବିଜୟ ଆଡକୁ ଅଗ୍ରସର ହେଉଛି। ଉପନିର୍ବାଚନ ବିଜୟ ଟ୍ରେଣ୍ଡ ଜାରି ରଖି ବିଜେଡି ଦଳ ପିପିଲିରେ ପୁଣିଥରେ ବିଜୟ ବାନା ଉଡାଇବ ବୋଲି ଆଶା ରଖିଛି।

Leave A Reply

Your email address will not be published.