ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିପିଲି ଉପ ନିର୍ବାଚନ ନେଇ ସାନି ତାରିଖ ଘୋଷଣା

ପିପିଲି: ପିପିଲି ଉପ ନିର୍ବାଚନ ନେଇ ସାନି ତାରିଖ ଘୋଷଣା କରାଯାଇଛି।  ମେ ୧୩ ତାରିଖରେ ପିପିଲିରେ ଉପ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ମେ ୧୬ ତାରିଖରେ ଭୋଟ୍ ଗଣତି ହେବ । ଏ ନେଇ ମୁଖ୍ଯ ନିର୍ବାଚନ ଅଧିକାର ଏସକେ ଲୋହାନୀ ସୂଚନା ଦେଇଛନ୍ତି।

ଏପ୍ରିଲ ୧୯ ରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏପ୍ରିଲ ୨୬ ରେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି। ୨୭ରେ ଯାଞ୍ଚ ପକ୍ରିୟା ଶେଷ କରାଯିବ। ୨୯ ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ହିଁ କେବଳ ନୂଆ ପ୍ରାର୍ଥୀ ଦେବ ।

ସୂଚନା ଅନୁଯାୟୀ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ତାରିଖ ଘୁଞ୍ଚିଥିଲା । ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପୁରୀ ଏଡିଏମ ପିପିଲି ଉପନିର୍ବାଚନ ନେଇ ସ୍ଥଗିତାଦେଶ ଜାରି କରିଥିଲେ। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଦଳ କାହାକୁ ଟିକେଟ୍ ଦେଉଛି ତା ଉପରେ ନଜର ରହିଛି । ତେବେ ବିଜେଡି ପକ୍ଷରୁ ରୁଦ୍ର ମହାରଥୀ ଓ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ମଇଦାନକୁ ଓହ୍ଲାଇଛନ୍ତି ।

Leave A Reply

Your email address will not be published.