ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଆରମ୍ଭ ହେବ ‘ପିଙ୍କ୍‌ ଅଟୋ ସେବା’

କଟକ: ପୁଣି ଆରମ୍ଭ ହେବ ‘ପିଙ୍କ୍‌ ଅଟୋ ସେବା’ । ମହିଳାଙ୍କ ସୁରକ୍ଷିତ ଯାତାୟାତ ପାଇଁ ଆରମ୍ଭ ହୋଇଥିବା ‘ପିଙ୍କ୍‌ ଅଟୋ ସେବା’କୁ ପୁନର୍ବାର ଆରମ୍ଭ କରିବା ଲାଗି ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ପୁଲିସ୍‌ କମିସନରଙ୍କୁ ଚିଠି ଲେଖିଛନ୍ତି । ଏହି ସେବା କାହିଁକି ବନ୍ଦ କରାଗଲା ସେ ନେଇ କମିସନରେଟ୍‌ ପୁଲିସ୍‌ ସମୀକ୍ଷା କରିବା ସହ ଜନସାଧାରଣଙ୍କ ଚାହିଦା ଏବଂ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସେବା କିପରି ପୁନର୍ବାର ଆରମ୍ଭ ହୋଇପାରିବ ସେ ନେଇ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ପଦକ୍ଷେପ ନେବାକୁ ସଚିବ ଶ୍ରୀ ପାଢୀ ଗୁରୁତ୍ୱାରୋପ କରିଛନ୍ତି ।

ସୁରକ୍ଷିତ ଯାତ୍ରା ଲାଗି ମହିଳାମାନଙ୍କ ପାଇଁ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ‘ପିଙ୍କ ଅଟୋ’ ସେବା ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.