ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ; ୨ ମୃତ, ୪ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବଦଲିଗୁଡା ଗାଁ ନିକଟରେ ଏକ ପିକ୍ ଅପ୍ ଭ୍ୟାନ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଛି, ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତ ଏମ୍ପିଭି-୨୯ ଗାଁର ବୋଲି ଜଣାପଡିଛି । କେନ୍ଦୁପତ୍ର ବିକ୍ରି କରି ସମସ୍ତେ ଗାଁକୁ ଫେରୁଥିଲେ । ଆହତ ୪ ଜଣଙ୍କୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଛି। ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଆଜି ଦ୍ବିପହରରେ ଏମପିଭି ୨୯ ଗ୍ରାମର ୭ ଜଣ କେନ୍ଦୁପତ୍ର ତୋଳିବା ପରେ ଭେଜଙ୍ଗଵାଡା ଫଡିରେ ବିକ୍ରି କରିବା ପାଇଁ ଯାଇଥିଲେ। ସେଠାରେ କେନ୍ଦୁପତ୍ର ବିକ୍ରି କରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏକ ମଟର ସାଇକେଲକୁ ସାଇଡ ଦେଉଥିବା ସମୟରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟି ପଡିବାରୁ ଦୁର୍ଘଟଣା ଘଟିଥିଲା । ପିକ୍‌ଅପ୍‌ ଭ୍ୟାନ୍‌ରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୮ ଜଣ ଥିଲେ।

Leave A Reply

Your email address will not be published.