ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପିକ୍‌ଅପ ଅଟୋ ମୁଁହାମୁଁହି ଧକ୍କା, ୪ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ନରଣପୁର ଡ଼ୁବୁରୀ ରାସ୍ତାର ବସନ୍ତପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ବଡ଼ କମଣ୍ଡରା ଗ୍ରାମର ଚାଷୀ ମାନେ ଡାଳ ସୋଲା ବିକିବାକୁ ଓଡି 09 ଏନ 1883 ନମ୍ବର ଅଟୋରେ କେନ୍ଦୁଝର ଆସିଥିଲେ । କେନ୍ଦୁଝରରୁ ଘରକୁ ଫେରୁଥିବା ସମୟରେ ଉକଚାବେଡା ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ପିକଅପ ଓ ଡି ୧୧ଏ ୧୧୪୫ ସହିତ ଧକ୍କା ହୋଇଥିଲା । ଫଳରେ ଅଟୋରେ ଥିବା ଜୀବନ ନାୟକ (୨୫), ରାଧୁ ନାୟକ (୬୦), ନବୀନ ନାୟକ (୪୮)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଅଟୋରେ ଥିବା ଅନ୍ୟ ଯାତ୍ରୀଙ୍କୁ ଆହତ ଅବସ୍ଥାରେ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାକୁ ପଠା ଯାଇଥିବା ସମୟରେ ଆଉଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣା ପରେ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଛି । ସେଠାରେ ରାସ୍ତାରୋକ ହୋଇଛି। ଖବରପାଇ ପୋଲିସ ସେଠାରେ ପହଂଚିଛି । କ୍ଷତିପୂରଣ ଦାବିରେ ମୃତ ଦେହକୁ ରଖି ସ୍ଥାନୀୟ ଗ୍ରାମବାସୀ ରାସ୍ତା ଅବରୋଧ କରି ପ୍ରତିବାଦ କରୁଥିବା ଜଣାପଡିଛି । ଦୁବୁରୀ ନରଣପୁର ରାସ୍ତାରେ ଗାଡିମୋଟର ଚଳାଚଳ ବନ୍ଦରହିଛି। ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡିମୋଟର ଅଟକି ରହିଛି।

Leave A Reply

Your email address will not be published.