ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଫୁଲବାଣୀ ବିଧାୟକ 

ଫିରିଙ୍ଗିଆ: ପୁଣି ଚର୍ଚ୍ଚାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର।  କିଛିମାସ ଆଗରୁ ନିଜ ଜମିରେ ହଳ କରି ଚର୍ଚ୍ଚାରେ ରହିଆସିଥିବା ବିଧାୟକ କିଛିଦିନ ତଳେ ଅନୁଷ୍ଠିତ ହୋଇ ଥିବା ମେଟ୍ରିକ ପରୀକ୍ଷାରେ ପାସ କରି ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟିଥିଲେ। ଏବେ ସ୍କୁଲ ପରିଦର୍ଶନରେ ଆସି କ୍ଲାସ ରୁମରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼େଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତେବେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢେଇବା ସହ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢା ବିଷୟରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏହାସହ କ୍ରାଣ୍ଡିବାଲି ସ୍କୁଲଟି ଏହି ଅଞ୍ଚଳର ଏକ ପୁରାତନ ସ୍କୁଲ ହୋଇଥିବାରୁ ବର୍ତ୍ତମାନ ଏହି ସ୍କୁଲରେ ଥିବା ଅଧିକାଂଶ କୋଠା ଅସୁରକ୍ଷିତ ହୋଇ ପଡିଛି। ଯାହାଫଳରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଦୀର୍ଘ ଦିନ ଧରି ଏହି ସ୍କୁଲରେ କୋଠରୀ ସମସ୍ୟା ଲାଗିରହିଥିବା ବେଳେ ସ୍କୁଲର ସ୍ଥିତିକୁ ସମୀକ୍ଷା କରିବା ସହ ଯେତେ ଶୀଘ୍ର ହେବ ସ୍କୁଲରେ ଲାଗିରହିଥିବା ସମସ୍ୟାର ସମାଧାନ ଦିଗରେ ଚେଷ୍ଟା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଅନୁରୂପ ଭାବରେ ନୂତନ ଭାବେ ମୋ ସରକାର ଅଧୀନରେ ରୂପାନ୍ତରିତ କରାଯାଇଥିବା କ୍ରାଣ୍ଡିବାଲି ଠାରେ ଥିବା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢାଇ ଥିଲେ। ପରେ ବିଧାୟକ ନିଜେ ପ୍ରଥମରୁ ପଞ୍ଚମ ଯାଏ ପାଠ ପଢିଥିବା ଡେରାକୁମ୍ଫା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ସହ ସେଠି ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ସହ ସ୍କୁଲର ଅନୁସଙ୍ଗିକ ବ୍ୟବସ୍ଥା ଗୁଡିକ ଉପରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।

Leave A Reply

Your email address will not be published.