ଗଞ୍ଜେଇ ଓ ମଦ ଚୋରାଚାଲାଣ , ୭ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗ ପକ୍ଷରୁ ପୃଥକ୍ ପୃଥକ୍ ଭାବେ ଗଞ୍ଜେଇ ଓ ମଦ ଚୋରାଚାଲାଣ ହେଉଥିବା ଖବରପାଇ ଉକ୍ତ ସ୍ଥାନ ଗୁଡ଼ିକରେ ଚଢାଉ କରି ଗଞ୍ଜେଇ ଓ ମଦ ଜବତ କରିବା ସହ ୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।
ସୂଚନା ଅନୁଯାୟୀ, ସଦର ଥାନା ଗୁଦାରି ଛକ ନିକଟରେ ଏକ ମୋଟର ସାଇକେଲ, ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଛକ ନିକଟରେ ଆଲ୍ଟ କାର, ନର୍ସରୀ ଛକ ନିକଟରେ ଏକ ସ୍କର୍ପିଓ ଉପରେ ଚଢ଼ାଉ କରି ୪୭ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତମାନେ ହେଲେ ଟୁକୁନା ବେହେରା, ସାମନ୍ତ ଚନ୍ଦ୍ର କାମ୍ପ , ତନୁ କର୍ଣ୍ଣ, କଇଁଝର ଅଞ୍ଚଳର ଜୋସେଫ ଦିଗାଲ ,ସଚିନ ଦିଗାଲ, ପ୍ରାଙ୍କଲିନ ଦିଗାଲ।
ସେହିପରି ଖଜୁରୀପଡ଼ାରୁ ଏକ ବସରେ ମହୁଲି ମଦ ନେ଼ଇ ଯାଉଥିବା ପିରିକୁଡି ଅଞ୍ଚଳର ମୋହନ ବେହେରାକୁ ଗିରଫ କରିବା ସହ ୩୦ ଲିଟର ଦେଶୀମଦ ଜବତ କରିଛି ଅବକାରୀ ବିଭାଗ। ଉଭୟ ଘଟଣାରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।