ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ପିଏଚ୍‌‌ଡି ବାଧ୍ୟତାମୂଳକ ନୁହଁ- ୟୁଜିସି

ଆସନ୍ତା ବର୍ଷରୁ ଖୋଲିବ ଡିଜିଟାଲ୍‌‌ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ପିଏଚ୍‌‌ଡି ବାଧ୍ୟତାମୂଳକ ନୁହଁ। ସ୍ନାତକୋତ୍ତର(ପିଜି) ପରେ ନେଟ୍‌‌(ଜାତୀୟ ଯୋଗ୍ୟତା ପରୀକ୍ଷା)ରେ ଉତ୍ତୀର୍ଣ୍ଣ ଆଶାୟୀ ଆସିଷ୍ଟାଣ୍ଟ ପ୍ରଫେସର(ସହକାରୀ ପ୍ରାଧ୍ୟାପକ) ପଦ ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ ବୋଲି ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ପକ୍ଷରୁ ସୂଚନା ଦିଆଯାଇଛି।

ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍‌‌ ଜଗଦେଶ କୁମାର କହିଛନ୍ତି ଯେ, ନୂତନ ଶିକ୍ଷା ନୀତିରେ ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଉଛି। ଦେଶର ଶିକ୍ଷା ରୂପାନ୍ତରଣରେ ‘ନୂଆ ଶିକ୍ଷା ନୀତି ୨୦୨୦’ ଅଭୂତପୂର୍ବ ସଫଳତା ଆଣିବ। ଆନ୍ତର୍ଜାତିକ ସ୍ତରରେ ଭାରତର ଶିକ୍ଷା ବ୍ୟବସ୍ଥା ଏକ ସ୍ୱତନ୍ତ୍ର ପରିଚିତି ହାସଲ କରିବ ବୋଲି ସେ କହିଛନ୍ତି। ସେହିଭଳି ଆସନ୍ତା ଶିକ୍ଷା ବର୍ଷରେ ‘ଡିଜିଟାଲ୍‌‌ ବିଶ୍ୱବିଦ୍ୟାଳୟ’ କାର୍ଯ୍ୟକ୍ଷମ ହେବା ନେଇ ସେ ସୂଚନା ଦେବା ସହ ‘ୱାନ ନେସନ୍‌‌ ୱାନ୍‌‌ ଡାଟା’ ନାମକ ଏକ ପୋର୍ଟାଲ ୟୁଜିସି ପକ୍ଷରୁ ବିକାଶିତ କରାଯାଉଥିବା ସେ ଦର୍ଶାଇଛନ୍ତି। ଫଳରେ ସର୍ବଭାରତୀୟ ସ୍ତରର ସମସ୍ତ ଛାତ୍ରଛାତ୍ରୀ ଏହି ପୋର୍ଟାଲରୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚଶିକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ପାଇ ପାରିବେ ବୋଲି ପ୍ରଫେସର କୁମାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.