ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା, ଅକ୍ଟୋବର ୧୫ ସୁଦ୍ଧା ନାମଲେଖା

ଭୁବନେଶ୍ୱର: ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଆସନ୍ତା ଅଗଷ୍ଟ ୧୯ ତାରିଖଠାରୁ ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ହେବ । ସେପ୍ଟେମ୍ବର ୨୭ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ । ଆଜି ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ।

ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ ୨୦୨୧-୨୨ ଶିକ୍ଷାବର୍ଷରେ ଅଗଷ୍ଟ ୨୧ ତାରିଖ ଠାରୁ ପ୍ରବେଶିକା ପରୀକ୍ଷାର ଆୟୋଜନ କରାଯିବ । ଏହା ସେପ୍ଟେମ୍ବର ୧ ତାରିଖ ଯାଏଁ ଜାରି ରହିବ । ସେହିପରି ଅକ୍ଟୋବର ୧୫ ତାରିଖ ସୁଦ୍ଧା ସ୍ନାତକୋତ୍ତର ପ୍ରଥମ ସେମିଷ୍ଟାର ପାଇଁ ନାମଲେଖା ଶେଷ ହେବ ।

ସ୍ନାତକୋତ୍ତର ଶେଷ ସେମିଷ୍ଟାର ପିଲାମାନଙ୍କର ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପିଲାମାନଙ୍କର ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ସୁଦ୍ଧା ପ୍ରକାଶ ପାଇବ ।

Leave A Reply

Your email address will not be published.