ପିଜି ନାମଲେଖା : ୧୫ରେ ଆସିବ ମେଧା ତାଲିକା,୧୬ରୁ ପ୍ରଥମ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇଁ ଚଏସ ଫିଲିଂ ପ୍ରକ୍ରିୟା ରବିବାର ଶେଷ ହୋଇଛି। ପୂର୍ବରୁ ରାଜ୍ୟୱାରୀ ମେଧା ତାଲିକା ପ୍ରକାଶ ପାଇଥିବାବେଳେ ବାଣିଜ୍ୟରେ ପିଜି ନାମଲେଖା ପାଇଁ ୩୧୭୩ ଜଣ ଛାତ୍ରଛାତ୍ରୀଙ୍କୁ ର‍୍ୟାଙ୍କ ପ୍ରଦାନ କରାଯାଇଛି। ତାଲିକା ଅନୁଯାୟୀ ଛାତ୍ରଛାତ୍ରୀ କଲେଜର ଚଏସ ଲକିଂ କରିଛନ୍ତି। ତେବେ ଆସନ୍ତା ୧୫ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍‍ ଆଲମେଣ୍ଟ କରାଯିବ।

ସେହିପରି ସେପ୍ଟେମ୍ବର ୧୬ ଏବଂ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ୧୯ ତାରିଖ ପର୍ଯ୍ୟନ୍ତ ପିଲାଙ୍କୁ ସ୍ଲାଇଡ୍‍ ଅପ୍‍ ପାଇଁ ସୁଯୋଗ ଦିଆଯାଇଥିବାବେଳେ ସେପ୍ଟେମ୍ବର ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ। ୨୫ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହେବାକୁ ଥିବାବେଳେ ସେପ୍ଟେମ୍ବର ୨୯ ତାରିଖରେ ସିଟ୍‍ ଖାଲି ଥିବା ସମ୍ପର୍କରେ ସାମ୍ସ ୱେବ ସାଇଟରେ ତଥ୍ୟ ଅପଲୋଡ ହେବ। ତେବେ ଅକ୍ଟୋବର ୧୦ ତାରିଖରେ ସ୍ପଟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।

Leave a comment