ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଅପରାହ୍ନରେ ପ୍ରକାଶ ପାଇବ ପିଜି ପ୍ରଥମ ପର୍ଯ୍ୟାୟ ସିଟ ଆବଣ୍ଟନ ତାଲିକା

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଗୁଡିକରେ ପ୍ରଦାନ କରାଯାଉଥିବା ସ୍ନାତକୋତ୍ତର ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଶେଷ ହୋଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ସିଟ ଆର୍ଲଟମେଣ୍ଟ (ଆବଣ୍ଟନ) ତାଲିକା ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ଏହି ତାଲିକା ପ୍ରକାଶପାଇବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଯେଉଁମାନଙ୍କ ସିଟ ଆର୍ଲଟମେଣ୍ଟ କରାଯିବ ସେମାନେ ୧୬ ଏବଂ ୧୭ ତାରିଖରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଯାଇ ରିପୋର୍ଟିଂ କରିବା ସହ ନାମଲେଖାଇବେ। ୧୯ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିବା ପିଲାମାନେ ସ୍ଳାଇଡ ଅଫ କରିପାରିବେ। ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସିଟ ଆର୍ଲଟମେଣ୍ଟ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୨୪ ଓ ୨୫ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ପିଲାମାନେ ନାମଲେଖାଇପାରିବେ।

Leave A Reply

Your email address will not be published.