ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବେଲଗାମ ପେଟ୍ରୋଲ୍ ଓ ଡିଜେଲ୍ ଦର

ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି ତୈଳ ଦର। ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଉପରେ ଲାଗୁନି ବ୍ରେକ୍। ଆଜି ପୁଣି ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ିଛି ।

-ଦିଲ୍ଲୀରେ ୮୦ ପଇସା ଲେଖାଏ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦାମ୍ । ଦିଲ୍ଲୀରେ ବର୍ଦ୍ଧିତ ଦର ପରେ ପେଟ୍ରୋଲ ଲିଟର ପ୍ରତି ଦାମ୍ ୧୦୩ ଟଙ୍କା ୪୧ ପଇସା ଓ ଡିଜେଲ୍ ଦାମ୍ ୯୪ଟଙ୍କା ୬୭ ପଇସା ହୋଇଛି ।

– ମୁମ୍ବାଇରେ ପେଟ୍ରୋଲ ଦାମ୍ ୮୪ ଓ ଡିଜେଲ ୮୫ ପଇସା ବୃଦ୍ଧି ହୋଇଛି । ଫଳରେ ପେଟ୍ରୋଲ୍ ଲିଟର ପ୍ରତି ଦାମ୍ ହୋଇଛି ୧୧୮ ଟଙ୍କା ୪୧ ପଇସା । ଡିଜେଲ୍ ଦାମ୍ ୧୦୨ଟଙ୍କା ୬୪ପଇସାକୁ ବୃଦ୍ଧି ପାଇଛି ।

-ଚେନ୍ନାଇରେ ୭୫ ପଇସା ଲେଖାଏ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦର ।

-କୋଲକାତାରେ ପେଟ୍ରୋଲ ୮୪ ଓ ଡିଜେଲ ୮୦ ପଇସା ବଢିଛି ।

-ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୦ଟଙ୍କା ୭୬ ପଇସା ଓ ଡିଜେଲ୍ ଦାମ୍ ୧୦୦ ଟଙ୍କା ୫୧ ପଇସା ହୋଇଛି ।

ସୂଚନା ଅନୁଯାୟୀ, ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ୍ ୧୩ ଦିନରେ ୧୧ ଥର ବଢ଼ିଲାଣି । ୮ ଟଙ୍କା ମହଙ୍ଗା ହୋଇଛି ତୈଳ ଦର ।

Leave A Reply

Your email address will not be published.