ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆହୁରି ମହଙ୍ଗା ହେବ ପେଟ୍ରୋଲ ଓ ଡିଜେଲ, ଅଶୋଧିତ ତୈଳ ୨ ବର୍ଷରେ ସର୍ବାଧିକ

ଲଣ୍ଡନ୍ : ଦେଶରେ ଲଗାମ୍‌ହୀନ ହୋଇଛି ତେଲ ଦର। କମିବାର ନାମ ଧରୁନାହିଁ । ଦର ବୃଦ୍ଧି ଯୋଗୁ ଖାଉଟି ଅତିଷ୍ଠ। ଏଭଳି ସମୟରେ ଅନ୍ତର୍ଜାତୀୟ ବଜାରରେ ସତେ ଯେମିତି ନିଆଁ ଲାଗଛି। ଇତି ମଧ୍ୟରେ ବିଶ୍ୱ ବଜାରରେ  ଅଶୋଧିତ ତୈଳ ମୂଲ୍ୟ ଶନିବାର ରେକର୍ଡ ସ୍ତରରେ ପହଞ୍ଚିଛି। ଲଣ୍ଡନ୍‌ ବ୍ରେଣ୍ଟ କ୍ରୁଡ୍‌ ୬୭ ଡଲାର ଉପରକୁ ଯାଇ ବ୍ୟାରେଲ ପିଛା ୬୮ ଡଲାର ଛୁଇଁବାକୁ ବସିଛି।

ଏସବୁ ଦୃଷ୍ଟିରୁ ଆଗକୁ ବେଶ୍‌ କଠିନ ସମୟ ରହିଛି। ବଜାରରେ ଶତକ ଛୁଇଁଥିବା ପେଟ୍ରୋଲ ଏବଂ ଡିଜେଲ ଆଗାମୀ ଦିନରେ ଅଧିକ ମହଙ୍ଗା ହେବ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କରେ ହ୍ରାସ ଘଟାଇଲେ ବଜାରରେ ପେଟ୍ରୋଲ ଏବଂ ଡିେଜଲ ଦର ହାସ ଘଟିବା ନେଇ ବିଭିନ୍ନ ଆଡୁ ହେଉଥିବା ଦାବି ଜୋର୍‌ ଧରିଛି।

ନିକଟରେ ବିଶ୍ବର ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ରସଂଘ ଓପେକ୍‌ ସଦସ୍ୟ ରାଷ୍ଟ୍ରଗୁଡିକ ଆଗକୁ ଅଶୋଧିତ ତୈଳ ଉତ୍ପାଦନ ବଢ଼ାଇବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଛନ୍ତି। ଓପେକ୍‌ ସଦସ୍ୟ ରାଷ୍ଟ୍ରଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏସମ୍ପର୍କରେ ନିଷ୍ପତ୍ତି ନିଆଯାିଛି। ବୈଠକରେ ତେଲ ଉତ୍ପାଦନ କମ କରି ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟାଇବା ନେଇ ନିଷ୍ପତ୍ତି ନିଆଯାଇଛି। ଏହାର ଅର୍ଥ ହେଉଛି ତୈଳ ଉତ୍ପାଦନ ବର୍ତ୍ତମାନର ସ୍ତରରେ ରହିବ କିନ୍ତୁ ମୂଲ୍ୟ ବଢ଼ିବ। ତେଣୁ ଆଗାମୀ ଦିନରେ ଗରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଅଧିକ ସମ୍ଭାବନା ରହିଛି। ଏହାର ପ୍ରଭାବରେ ବଜାରରେ ରନ୍ଧନ ଗ୍ୟାସ୍‌ ଦର ବା ଏଲ୍‌ପିଜି ସିଲିଣ୍ଡର ଦର ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି।

ଅନ୍ୟପକ୍ଷରେ ବିଶ୍ବର ଅନ୍ୟତମ ପ୍ରମୁଖ ତେୈଳ ଉତ୍ପାଦନକାରୀ ରାଷ୍ଟ୍ର ସାଉଦିଆରବ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଜାରି ରଖିବା ସୂଚନା ଦେଇଛି। ଏହି ନିଷ୍ପତ୍ତି ଯୋଗୁ ଦୈନିକ ୧୦ ଲକ୍ଷ ବ୍ୟାେରଲ ଉତ୍ପାଦନ ହ୍ରାସ ଏବେ ସିଧା ବଜାରକୁ ପ୍ରଭାବିତ କରୁଛି। ସମ୍ପ୍ରତି ବଜାରରେ ବ୍ରେଣ୍ଟ କ୍ରୁଡ ବ୍ୟାରେଲ୍‌ ପିଛା ଦର ୬୭.୭୧ ଡଲାରରେ କାରବାର କରିଥିବାବେଳେ ଆମେରିକୀୟ ୱେଷ୍ଟ ଟେକ୍ସାସ୍‌ ଇଣ୍ଟର ମିଡିଏଟ୍‌ ମୂଲ୍ୟରେ ୧.୩୦% ପ୍ରତିଶତ ବୃଦ୍ଧି ଘଟି ୬୪.୬୬ ଡଲାର ହୋଇଛି। ଅନ୍ୟପକ୍ଷରେ ଶୁକ୍ରବାର ଦେଶରେ ତେଲ ଦର କ୍ରମାଗତ ଭାବେ ୯ମ ଦିନ ଧରି ଦର ଅପରିବର୍ତ୍ତିତ ରହିଛି। ରାଜଧାନୀ ନୂଆଦିଲ୍ଲୀଠାରେ ଆଜି ପେଟ୍ରୋଲ ଲିଟର ପିଛା ପୂର୍ବଭଳି ୯୧ ଟଙ୍କା ୧୭ ପଇସା ଏବଂ ଡିଜେଲ ଲିଟର ପିଛା ୮୧ ଟଙ୍କା ୪୭ ପଇସା ରହିଛି। ସେହିପରି ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୮୯ ପଇସା ଏବଂ ଡିଜେଲ ୮୮ ଟଙ୍କା ୭୮ ପଇସା ଛୁଇଁଛି।

Leave A Reply

Your email address will not be published.