ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତେଲ ଦରରେ ଲାଗୁନି ବ୍ରେକ୍: ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ୍ ଦର

ଭୁବନେଶ୍ୱର: ପେଟ୍ରୋଲ-ଡିଜେଲ୍ ଦାମ୍ ଆକାଶଛୁଆଁ ହେବାରେ ଲାଗିଛି। ଲଗାତର ତେଲ ଦାମ୍ ବଢିବା ଫଳରେ ସାଧାରଣ ନାଗରିକ ଚିନ୍ତାରେ ପଡିଯାଉଛନ୍ତି। ଆଜି ପୁଣି ତେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୩୫ ପଇସା ଓ ଡିଜେଲ ଲିଟର ପିଛା ୩୮ ପଇସା ବୃଦ୍ଧି ପାଇଛି।

ଫଳରେ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୧୦୯ଟଙ୍କା ୨୫ପଇସା ଓ ଡିଜେଲ ଲିଟର ପିଛା ୧୦୫ଟଙ୍କା ୮୫ ପଇସାରେ ପହଞ୍ଚିଛି। ସେହିଭଳି ଦିଲ୍ଲୀରେ ପେଟ୍ରୋଲ ଦର ୧୦୮ ଟଙ୍କା ୨୯ ପଇସା ରହିଛି, ଡିଜେଲ୍ ଦର ୯୭ ଟଙ୍କା ୨ ପଇସା ରହିଛି। ମୁମ୍ବାଇରେ ପେଟ୍ରୋଲ ଦର ୧୧୪ ଟଙ୍କା ୧୪ ପଇସା ଥିବା ବେଲେ ଡିଜେଲ୍ ଦର ୧୦୫ ଟଙ୍କା ୧୨ ପଇସା ରହିଛି। କୋଲକାତାରେ ପେଟ୍ରୋଲ ଦର ୧୦୮ ଟଙ୍କା ୭୮ ପଇସା ଓ ଡିଜେଲ୍ ଦର ୧୦୦ ଟଙ୍କା ୧୪ ପଇସା ଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ଦର ୧୦୫ ଟଙ୍କା ୧୩ ପଇସା ଓ ଡିଜେଲ୍ ଦର ୧୦୧ ଟଙ୍କା ୨୫ ପଇସା ରହିଛି।

Leave A Reply

Your email address will not be published.