ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହୁ ହୁ ହୋଇ ବଢୁଛି ତୈଳ ଦର : ମାଲକାନଗିରିରେ ୧୧୨ ଡେଇଁଲା ପେଟ୍ରୋଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ ଆଜି କେତେ ଅଛି ଦର

ଭୁବନେଶ୍ବର : ପୁଣି ମହଙ୍ଗା ହେଲା ତୈଳ । ଅନ୍ତର୍ଜାତୀୟ ସ୍ତରରେ ଅଶୌଧିତ ତୈଳଦର ବୃଦ୍ଧି ପାଇବା ଫଳରେ ଘରୋଇ ବଜାରରେ ଏହାର ପ୍ରଭାବ ପଡ଼ିଛି । ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ି ବଢ଼ି ଚାଲିଛି । ରବିବାର ମଧ୍ୟ ତୈଳ କମ୍ପାନୀ ପେଟ୍ରୋଲ୍ ଓ ଡିଜେଲ ଦର ବଢ଼ାଇଛନ୍ତି । ପେଟ୍ରୋଲ ଓ ଡିଜେଲ୍ ଦର ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ପ୍ରତି ଲିଟର ପିଛା ୧୦୬ ଟଙ୍କା ୪୨ ପଇସା ହୋଇଥିବା ବେଳେ ଡିଜେଲ ଦର ୧୦୨.୭୭ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫.୪୯ ପଇସା ଓ ଡିଜେଲ ଦର ୯୪.୨୨ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୪୩ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୧୦୨ ଟଙ୍କା ୧୫ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୧୦ ପଇସା ଥିବାବେଳେ ଡିଜେଲ ଦର ୯୭ .୩୩ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୭୦ ପଇସା ଥିବା ବେଳେ ଡିଜେଲ ଦାମ ୯୮ ଟଙ୍କା ୫୯ ପଇସା ରହିଛି।

ଅନ୍ୟପଟେ ଆମ ରାଜ୍ୟ ଓଡିଶାର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ୧୧୨ ଡେଇଁଛି। ଆଜି ମାଲକାନଗିରିରେ ପେଟ୍ରୋଲ ଦର ୧୧୨.୫୨ ଟଙ୍କାରେ ପହଁଚିଛି।

ସୂଚନା ମୁତାବକ ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

ତେବେ ଆପଣ ନିଜ ସହରର ପେଟ୍ରୋଲ-ଡିଜେଲ ଦର ଜାଣିବାକୁ ଚାହୁଁଥିଲେ, ଘରେ ବସି ମଧ୍ୟ ଏ ସମ୍ପର୍କରେ ଜାଣିପାରିବେ । ଏଥିପାଇଁ ଆପଣକୁ ଇଣ୍ଡିଆନ ଅଏଲ ୱେବସାଇଟକୁ ଯିବାକୁ ପଡିବ । ଇଣ୍ଡିଆନ ଅଏଲ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

Leave A Reply

Your email address will not be published.